ବାଲେଶ୍ବର ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ୧୮ ଘଣ୍ଟିଆ କର୍ଫ୍ୟୁ, ମଙ୍ଗଳବାର ରାତି ୧୨ଟାରୁ ବୁଧବାର ସନ୍ଧ୍ୟା ୬ଟା ଯାଏଁ ବଳବତ୍ତର ରହିବ

Get real time updates directly on you device, subscribe now.

ବାଲେଶ୍ବର : ବାଲେଶ୍ବରରେ ଲାଗୁ ହେବ ୧୮ ଘଣ୍ଟିଆ କର୍ଫ୍ୟୁ । ମଙ୍ଗଳବାର ବାଲେଶ୍ବର ଜିଲ୍ଲାରେ ୧୫ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭ରେ ପହଞ୍ଚିଛି । ଏଥିମଧ୍ୟରୁ ୪୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୧ ଜଣ ସୁସ୍ଥ ହୋଇଛନ୍ତି ।
ଏହି ସମୟରେ ଟ୍ରେନ୍ ଯୋଗେ ପ୍ରବାସୀ ଓଡିଆ ଫେରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ବାଲେଶ୍ବର ସହରର ରେଳ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ୧୮ଘଣ୍ଟିଆ କର୍ଫ୍ୟ ଜାରି କରାଯିବ । ମଙ୍ଗଳବାର ରାତି ୧୨ଟାରୁ ବୁଧବାର ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଲକ୍ଷ୍ମୀ ନାରାୟଣ ମନ୍ଦିରରୁ ସୁରଜ ହୋଟେଲ ଛକ ଯାଏଁ କର୍ଫ୍ୟୁ ରହିବ ।
ଏହି ସମୟ ଭିତରେ ସେହି ଅଞ୍ଚଳରେ କୌଣସି ଦୋକାନ ଖୋଲିବ ନାହିଁ କି କୌଣସି ଗାଡି କି ବ୍ୟକ୍ତି ଯାତାୟତ କରିବେ ନାହିଁ । ଫକୀର ମୋହନ ଗୋଲେଇ, ଷ୍ଟେସନ ଛକ, ପୋଲିସ ଲାଇନ ଛକ, ଆଇଟିଆଇ ଛକ ଏହି କର୍ଫ୍ୟୁ ଅଞ୍ଚଳରେ ରହିବ । ଏହି ସମୟ ଭିତରେ ଟ୍ରେନ୍ ଯୋଗେ ପ୍ରବାସୀ ଓଡିଆ ଆସି ଷ୍ଟେସନରେ ପହଞ୍ଚିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons