ବାଲେଶ୍ୱରରେ କୃଷକ ସମାବେଶ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ନୂତନ କୃଷି ବିଲ୍ ଆଣିଛନ୍ତି । ଏଥିରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିପାରିବ । ଏହାଦ୍ୱାରା କୃଷି ଉତ୍ପାଦ ବିପଣନ କମିଟି ଚାଲିବ । ଫସଲ ପୂର୍ବରୁ ଚାଷୀ ପସନ୍ଦ ଅନୁଯାୟୀ କୃଷିଜାତ ଶସ୍ୟର ମୂଲ୍ୟ ସ୍ଥିର କରିବା ସହ ଅଧିକ ପୁଞ୍ଜି ନିବେଶ କରିପାରିବ । ଫଳରେ ଚାଷର ଭିତ୍ତିଭୂମି ସୁଦୃଢ଼ ହେବ । ଗ୍ରାମୀଣ ଯୁବକଯୁବତୀଙ୍କ ପାଇଁ ଏହା ନୂତନ ନିଯୁକ୍ତି ସୃଷ୍ଟି କରିବ । କେବଳ ଏତିକି ନୁହେଁ, ସ୍ୱାଧୀନତା ପରେ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଚାଷୀ ନିଜସ୍ୱ ଶସ୍ୟକୁ ଦେଶର ଯେ କୌଣସି ସ୍ଥାନରେ ବିକ୍ରି କରି ପାରିବାର ସ୍ୱାଧୀନତା ପାଇ ପାରିବ । କିନ୍ତୁ ବିରୋଧୀ ଗୋÂୀ ବିଭିନ୍ନ ଭୁଲ୍ କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ. ଶମ୍ଭୁ କୁମାର କହିଥିଲେ । ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ପଡ଼ିଆରେ ବିଜେପି ପକ୍ଷରୁ ମଙ୍ଗଳବାର ଆୟୋଜିତ କୃଷକ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ଶମ୍ଭୁ କୁମାର ଏଭଳି ଢଙ୍ଗରେ କୃଷି ବିଲ୍ ସପକ୍ଷରେ ସ୍ୱରକୁ ଶାଣିତ କରିଛନ୍ତି ।
ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ସମାବେଶରେ ମୁଖ୍ୟବକ୍ତା ଭାବେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ କହିଥିଲେ, ସମ୍ପ୍ରତି ରାଜ୍ୟ ସରକାର ଚାଷୀ ମାରଣ ନୀତି ଆପଣେଇଛନ୍ତି । ରାଜ୍ୟରେ ଅଭାବୀ ଧାନ ବିକ୍ରି, ଏମ୍ଏସ୍ପିରୁ କମ୍ ଟଙ୍କାରେ ଧାନ କିଣିବା, ବିଭିନ୍ନ ଆଳ ଦେଖାଇ କଟ୍ନୀଛଟନୀରେ ୧୦ କିଗ୍ରା ଯାଏ ଧାନ କଟାଯାଉଛି । ଏଥିସହିତ ଟୋକନ୍ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହେଉଛି । ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି ବୋଲି ସେ କହିଥିଲେ । କେବଳ ରାଜ୍ୟ ସରକାର ନୁହେଁ, କଂଗ୍ରେସକୁ ମଧ୍ୟ ଟାର୍ଗେଟ କରି ଶ୍ରୀ ଷଡ଼ଙ୍ଗୀ କହିଥିଲେ, ୭୦ ବର୍ଷର ଶାସନ କାଳରେ କଂଗ୍ରେସ ଚାଷୀର ଉନ୍ନତି ପାଇଁ କିଛି ବି କରିନି । କଂଗ୍ରେସ ସରକାର ବେଳେ କୃଷି ନୀତି ନେଇ ବିଚାର ହୋଇଥିଲା । ମାତ୍ର ସେମାନେ ଏହାକୁ ଲାଗୁ କରିବାର ସାହସ ଦେଖାଇ ନଥିଲେ । ମୋଦି ସରକାର ତାହା କରି ଦେଖାଇଥିବା ଶ୍ରୀ ଷଡ଼ଙ୍ଗୀ ଯୁକ୍ତି ବାଢ଼ିଥିଲେ ।
ଦଳର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗ ଦେଇ କହିଥିଲେ, କେନ୍ଦ୍ର ସରକାର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ନୂତନ କୃଷି ବିଲ ଆଣିଛନ୍ତି । କୃଷି ଓ କୃଷକର ଉନ୍ନତି ପାଇଁ କେନ୍ଦ୍ର ସରକାର ବହୁ ପଦକ୍ଷେପ ନେଇଛନ୍ତି । ସେଥିମଧ୍ୟରୁ କୃଷି ବିଲ୍ ଅନ୍ୟତମ । ମାତ୍ର ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବ, ଅସହଯୋଗ ପାଇଁ ଓଡ଼ିଆ ଚାଷୀ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହେଉଥିବା ଶ୍ରୀ ପୁରୋହିତ ଅଭିଯୋଗ କରିଥିଲେ । ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ୱର ସାହୁ କୃଷିର ଉନ୍ନତି ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ନୂତନ ଜ୍ଞାନ, କୌଶଳ ଉପରେ ଆଲୋଚନା କରିଥିଲେ ।
ବିଜେପି ରାଷ୍ଟ୍ରୀୟ ସଂପାଦକ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ କୃଷକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କୃଷିର ଉନ୍ନତି ପାଇଁ ସମବାୟ ଭୂମିକା ଓ କେନ୍ଦ୍ର ସରକାରଙ୍କ ଏଫ୍ପିଓ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କୃଷକଙ୍କ ସମ୍ମାନନିଧି ଉପରେ ଆଲୋଚନା କରିଥିଲେ । ଧାନକିଣାରେ ହେଉଥିବା ବିଭିନ୍ନ ଦୁର୍ନୀତି ଉପରେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, କୃଷକ ନେତା ବିପିନ ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ଦଳର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସଙ୍କ ସମେତ ବହୁ ନେତୃବୃନ୍ଦ କେନ୍ଦ୍ର କୃଷି ବିଲ୍ ସପକ୍ଷରେ ଆଲୋଚନା କରିଥିଲେ ।
ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଧର ନାୟକ ମଞ୍ଚ ପରିଚାଳନା କରିଥିଲେ । ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ସମାବେଶ ପରିଚାଳନା କରିଥିଲେ । ସମାବେଶରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜର କୃଷକ, କୃଷକ ନେତା ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିଙ୍କୁ କୃଷକଙ୍କ ପକ୍ଷରୁ ଲଙ୍ଗଳ ଉପହାର ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons