ବାଲେଶ୍ୱରରେ ପାଖ ଛାଡୁନି ଡେଙ୍ଗୁ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍):ବାଲେଶ୍ୱର ଜିଲ୍ଲାରେ ବୋଲ ମାନୁନି ଡେଙ୍ଗୁ । ସଚେତନତା ସତ୍ତେ୍ୱ ଜିଲ୍ଲାରେ ବଢ଼ୁଛି ରୋଗୀ ସଂଖ୍ୟା । ପରିସ୍ଥିତି ଏମିତି ହୋଇଛି ଡେଙ୍ଗୁ ୱାର୍ଡରେ ପାଦ ରଖିବାକୁ ସ୍ଥାନ ନାହିଁ । ବାରଣ୍ଡା ଉପରେ ଗଡ଼ୁଛନ୍ତି ରୋଗୀ । ବାହାର ରାଜ୍ୟରୁ ରୋଗୀ ଆକ୍ରାନ୍ତ ହୋଇ ଆସିବା ଯୋଗୁଁ ଜିଲ୍ଲାରେ ଏଭଳି ସମସ୍ୟା ଉପୁଜୁଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।
ଡେଙ୍ଗୁ ରୋଗକୁ ସମ୍ପୂର୍ଣ୍ଣ ମୂଳୋପôାଟନ କରିବା ପାଇଁ ରାଜ୍ୟ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି । ହେଲେ ଏହା କାମରେ ଆସୁନି । ଫଳରେ କିଛି ବର୍ଷ ହେବ ଜିଲ୍ଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ୨୦୧୪ରୁ ଏହି ରୋଗ ଜିଲ୍ଲାବାସୀଙ୍କ ପାଇଁ ସମସ୍ୟା ହୋଇଛିଡ଼ା ହୋଇଛି । ୬ ବର୍ଷ ଭିତରେ ମାତ୍ର ୩ଜଣଙ୍କର ମୃତୁ୍ୟ ହୋଇଥିବା ସରକାରୀ ଭାବେ କୁହାଯାଉଛି । ମାତ୍ର ବେସରକାରୀ ସୂତ୍ର ମୁତାବକ ଏହି ରୋଗରେ ୩୦ରୁ ଊଦ୍ଧ୍ୱର୍ ଲୋକ ଜୀବନ ହରାଇଛନ୍ତି ।
ତଥ୍ୟ ମୁତାବକ, ୨୦୧୪ରେ ଜିଲ୍ଲାର ୬୭୮ଜଣ ଡେଙ୍ଗୁର ଶିକାର ହୋଇଥିଲେ । ୨୦୧୫ରେ ଏହି ସଂଖ୍ୟା ୩୧୫କୁ ହ୍ରାସ ପାଇଥିଲା । ୨୦୧୬ ପୁନଶ୍ଚ ରୋଗୀ ସଂଖ୍ୟା ବଢ଼ି ୪୪୬ରେ ପହଞ୍ଚି ଥିଲା । ମାତ୍ର ୨୦୧୭ରେ ଏହି ସଂଖ୍ୟା ଆଶାଧିକ ଭାବେ ବୃଦ୍ଧି ପାଇଥିଲା । ସେହି ବର୍ଷ ଡେଙ୍ଗୁକୁ ନେଇ ବାଲେଶ୍ୱର ଜିଲ୍ଲା ଚର୍ଚ୍ଚାରେ ରହିଥିଲା । ମୋଟ୍ ୧୨୯୦ ରୋଗୀ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ଯାହା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ରେକର୍ଡ । ୨୦୧୮ରେ ରୋଗୀ ସଂଖ୍ୟା ପୁନଶ୍ଚ ୨୦୩କୁ ଖସି ଆସିଥିଲା ।
ସେହିଭଳି ଚଳିତବର୍ଷ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ରୋଗୀ ସଂଖ୍ୟା ୧୧୮ ଛୁଇଁଛି । ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଏହି ରୋଗୀ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି । ତଥ୍ୟ କହୁଛି, ଚଳିତବର୍ଷ ମାର୍ଚ୍ଚ ଓ ଅପ୍ରେଲ ମାସରେ ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ କରାଯାଇଥିଲା । ମଇ ମାସରେ ୫, ଜୁନ୍ ମାସରେ ୬, ଜୁଲାଇରେ ୧୪, ଅଗଷ୍ଟରେ ୨୮ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେହିପରି ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧାର ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ୬୩ଜଣ ନିକଟରେ ଡେଙ୍ଗୁ ଚିହ୍ନଟ କରାଯାଇଛି । ଆସନ୍ତା ମାସଗୁଡ଼ିକରେ ରୋଗୀ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି ।
ଚଳିତବର୍ଷ ସେପ୍ଟମ୍ବର ୨୦ ତାରିଖ ସୁଦ୍ଧା ଜିଲ୍ଲାରେ ଡେଙ୍ଗୁ ସନେ୍ଦହରେ ମୋଟ୍ ୧ ହଜାର ୪୫୦ଜଣଙ୍କ ରକ୍ତ ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୧୮ଜଣଙ୍କଠାରେ ଡେଙ୍ଗୁ ରୋଗ ଚିହ୍ନଟ କରାଯାଇଥିଲା । ଚିହ୍ନଟ ହୋଇଥିବା ମୋଟ୍ ରୋଗୀଙ୍କ ମଧ୍ୟରୁ ୯୪ଜଣ ରୋଗୀ ବାହାର ରାଜ୍ୟରୁ ଆକ୍ରାନ୍ତ ହୋଇ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଏହି ୯୪ ଜଣ ରୋଗୀଙ୍କ ମଧ୍ୟରୁ ୩୦ଜଣ ବାଙ୍ଗାଲୋର ଓ ୩୯ଜଣ ହାଇଦ୍ରାବାଦରେ ଥିଲେ ।
ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡେଙ୍ଗୁ ୱାର୍ଡରେ ୧୪୧ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭ଜଣ ଡିସ୍ଚାର୍ଯ୍ୟ ହୋଇଥିବାବେଳେ ୧୩ଜଣକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏବେ ୨୧ ଜଣ ରୋଗୀ ଚିକିତ୍ସିତ ହୋଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡେଙ୍ଗୁ ୱାର୍ଡରେ ମାତ୍ର ୬ଟି ଶଯ୍ୟା ଅଛି । ଶଯ୍ୟାଠାରୁ ଅଧିକ ରୋଗୀ ହୋଇଥିବାରୁ ସେମାନଙ୍କୁ ବାରଣ୍ଡାରେ ଚିକିତ୍ସା କରାଯାଉଛି ।
ସବୁବର୍ଷ ଭଳି ଜିଲ୍ଲାରେ ବାଲିଆପାଳ, ଭୋଗରାଇ, ବସ୍ତା ବ୍ଲକରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ସଚେତନତା ଯୋଗୁଁ ଯଦିଓ ରୋଗୀ ସଂଖ୍ୟା କମିଛନ୍ତି ମାତ୍ର ଏହାର ମୂଳୋପôାଟନ କରାଯାଇପାରିନି । ଏବେବି ଅଧିକାଂଶ ଲୋକେ ଏହି ରୋଗ ବିଷୟରେ ସଚେତନ ନୁହନ୍ତି । ସଚେତନତାରେ ଜିଲ୍ଲା ପ୍ରଶାସନ ବିଫଳ ଥିବା ଏହା ପ୍ରମାଣିତ କରୁଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ତାଙ୍କ କହିବା କଥା, ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହେଉଛି । ଯେଉଁଥିପାଇଁ ପୂବବର୍ଷ ଅପେକ୍ଷା ରୋଗୀ ସଂଖ୍ୟା ହ୍ରାସ ପାଇଛି । ଏହା ସତ୍ତେ୍ୱ ବି ଲୋକେ ସଚେତନତା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ସହଯୋଗ କରୁନାହାନ୍ତି । ତଥାପି ଲୋକଙ୍କ ମଧ୍ୟରେ ସଚେତନତା ପାଇଁ କାର୍ଯ୍ୟାରତ ଅଶାକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି କାମରେ ନିୟୋଜିତ କରାଯାଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons