ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲାରେ ଶନିବାର ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପ୍ରବାସୀ । ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ । ଏଥିସହ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ରେ ପହଞ୍ଚିଛି । ସୂଚନା ମୁତାବକ, ଆକ୍ରାନ୍ତଙ୍କ ମଧ୍ୟରୁ ଭୋଗରାଇ ବ୍ଲକରେ ୩, ଜଳେଶ୍ୱର ବ୍ଲକରେ ୪, ବସ୍ତା ବ୍ଲକରେ ୨, ବାହାନଗା ଓ ସିମୁଳିଆ ବ୍ଲକରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ମୁମ୍ବାଇରୁ ଆସିଥିବା ବେଳେ ଅନ୍ୟ ୨ ଜଣ ପଶ୍ଚିମବଙ୍ଗ ଓ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି । ଭୋଗରାଇ ବ୍ଲକରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ର ଓ ଅନ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା । ସେହିଭଳି ଜଳେଶ୍ୱର ବ୍ଲକରୁ ଚିହ୍ନଟ ସମସ୍ତ ୪ଜଣ ମହାରାଷ୍ଟ୍ରରୁ ଆସିଛନ୍ତି । ବସ୍ତା ବ୍ଲକର ଚିହ୍ନଟ ୨ ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି । ସେହିପରି ବାହାନଗା ବ୍ଲକର ଚିହ୍ନଟ ଆକ୍ରାନ୍ତ ଜଣକ ଦିଲ୍ଲୀ ଓ ସିମୁଳିଆରୁ ଚିହ୍ନଟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା । ଅନ୍ୟପଟେ ଶନିବାର ଜିଲ୍ଲାର ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ୩ ଜଣଙ୍କ ସମେତ ମୋଟ୍ ୧୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେବି ୪୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
Comments are closed, but trackbacks and pingbacks are open.