ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀଙ୍କୁ ହତ୍ୟା:୩ ଅଭିଯୁକ୍ତ ଗରିଫ

Get real time updates directly on you device, subscribe now.

ମୟୁରଭଞ୍ଜ: ଦୁବୃର୍ତ୍ତଙ୍କ ଅକଥନୀୟ ମାଡ଼ରେ ବାଲେଶ୍ୱର ଜିଲ୍ଲା ବିଜେପିର ଜଣେ ଉଦୟମାନ ଯୁବନେତାଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ବିଜେପିର ଯୁବ ମୋର୍ଚ୍ଚା ପ୍ରଭାରୀ ତଥା ନୀଳଗିରି ଥାନା ଅନ୍ତର୍ଗତ ଘାଟଘରସାହି ବାସିନ୍ଦା ରଂଜିତ କୁମାର ପ୍ରଧାନ(୪୮) ଶନିବାର ରାତି ୮ଟାରେ ନିଜ କାରରେ କପ୍ତିପଦା ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ନିଜ ଶଶୁର ପ୍ରଫୁଲ୍ଲ ପାତ୍ରଙ୍କ ଘରକୁ ଆସୁଥିଲେ । କପ୍ତିପଦା-ଶରତ ମୁଖ୍ୟରାସ୍ତାର ନୂଆସାହି ଗ୍ରାମରେ ରାସ୍ତାକଡ ଡାହାଣ ପାଶ୍ୱର୍ରେ ଥିବା ଶଶୁର ଘରକୁ କାର ହଠାତ୍ ସାଇଟ୍ମାରି ବୁଲାଇ ଦେଇଥିଲେ । ଫଳରେ ଶରତ ପଟୁ ୨ ଟି ବାଇକରେ ଆସୁଥିବା ୩ ଜଣ ଯୁବକ ଚମକିପଡି ପଡିଯାଇଥିଲେ । ଏହି ଘଟଣାକୁ ନେଇ ରଞ୍ଜିତଙ୍କ ସହିତ ସଂପୃକ୍ତ ୩ ଜଣ ଯୁବକଙ୍କ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ରକରି ଯୁବକମାନେ ରଞ୍ଜିତଙ୍କୁ କାର୍ରୁ ଘୋଷାରି ଆଣି ମାରପିଟ୍ କରିଥିଲେ । ଯୁବକମାନେ ଅତ୍ୟନ୍ତ ନୃଶଂସ ଭାବେ ରଞ୍ଜିତଙ୍କ ପେଟ, ଛାତି, ମୁଣ୍ଡକୁ ଗୋଇଠା, ବିଧା ମାରି ଚାଲିଥିଲେ । ଶଶୁର ଘର ଲୋକ ପହଞ୍ଚô ଯିବାରୁ ସେହି ୩ ଜଣ ଦୁବୃର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ତେବେ ଗୁରୁତର ଆହତ ରଞ୍ଜିତଙ୍କୁ ଶଶୁର ଘର ଲୋକେ ତୁରନ୍ତ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ରଞ୍ଜିତଙ୍କ ଶଶୁର ପ୍ରଫୁଲ୍ଲ ପାତ୍ର କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କେସ ନଂ ୧୫୫/୨୦ରେ ମାମଲା ରୁଜ୍ଜୁ କରି କପ୍ତିପଦା ଥାନାଧିକାରୀ ସଂଜୟ କୁମାର ପ୍ରଧାନ ଶବକୁ ଜବତ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତମାନେ ହେଲେ ଆମ୍ବପିଛୁଳା ଗ୍ରାମର ସ୍ୱର୍ଗତ ଦ୍ୱାରୀ ଚନ୍ଦ୍ର ବହେରାଙ୍କ ପୁତ୍ର ଲମ୍ବୋଦର ବେହେରା(୪୦), ସ୍ୱର୍ଗତ କୃପାସିନ୍ଧୁ ରାଉତଙ୍କ ପୁତ୍ର ଭଗିରଥ ରାଉତ(୩୫) ଏବଂ ଆମ୍ବପିଛୁଳା ଗ୍ରାମର ଭଗବାନ ଆରୁଖଙ୍କ ପୁତ୍ର ରବିନ୍ଦ୍ର ଆରୁଖ(୩୨) ।

ରିପୋର୍ଟ: ଘାଷିରାମ ବେହେରା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons