ବାଲେଶ୍ୱର ଭଦ୍ରକରୁ ଧରାପଡ଼ିଲେ ୯ ଦଲାଲ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ଡାକ୍ତରଖାନା, ଆର୍ଟିଓ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ ପରେ ବାଲେଶ୍ୱର ପୁଲିସ୍ ପ୍ରଶାସନ ସକ୍ରିୟ ହୋଇଉଠୁଛି । କ୍ରମାଗତ ୨ୟ ଦିନ ପାଇଁ ଏହି ଅଭିଯାନ ଜାରି ରହିଛି । ଆଜି ଦ୍ୱିତୀୟ ଦିନରେ ଉଭୟ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ଆର୍ଟିଓ କାର୍ଯ୍ୟାଳୟରୁ ପୁଲିସ୍ ୮ ଦଲାଲଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନାଁରେ ମାମଲା ରଜୁ ହୋଇଛି ।
ଶୁକ୍ରବାର ଡିଏସ୍ପି ମନୋଜ ରାଉତ ଓ ଶିଳ୍ପାଞ୍ଚଳ ଆଇଆଇସି ଜୟନ୍ତ ବେହେରାଙ୍କ ନେତୃତ୍ୱରେ ୨ଟି ଟିମ୍ ପୃଥକ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆରଟିଓ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ । ସାଧା ପୋଷାକରେ ଥିବା ଟିମ୍ର ସଦସ୍ୟମାନେ ପୂର୍ବାହ୍ନରେ ମୁଖ୍ୟ ଚିିକିତ୍ସାାଳୟରେ ପହଞ୍ଚି ଥିଲେ । ବିଭିନ୍ନ ୱାର୍ଡ ବୁଲିଥିଲେ । ସେଠାରୁ ୩ ଦଲାଲଙ୍କୁ ଧରିଥିଲେ । ଏହି ଯୁବକମାନେ ହେଲେ ଲଙ୍ଗଳେଶ୍ୱର ଥାନା ଅନ୍ତର୍ଗତ ପଞ୍ଚୁପାଲିର ଚିନ୍ମୟ ଗିରି, ଭୋଗରାଇ ଥାନା ଅନ୍ତର୍ଗତ ନାଫରାଇ ଅଞ୍ଚଳର ପ୍ରଦୀପ କୁମାର ଜେନା, ଚାନ୍ଦିପୁର ଥାନା ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳର ସମୀର ଖାନ୍ । ଉଭୟ ଚିନ୍ମୟ ଓ ପ୍ରଦୀପ ମେଡିସିନ୍ ରିପ୍ରେଜେଣ୍ଟିଭ୍ । ସମୀର ଏକ ପ୍ୟାଥୋଲ୍ୟାବରେ କାମ କରନ୍ତି । ଟାଉନଥାନା ପୁଲିସ୍ ଉଭୟଙ୍କ ଗିରଫ କରଛି । ଏନେଇ ଥାନାରେ ୨୨୮, ୨୨୯, ୨୩୦/୧୯ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ଅନୁରୂପ ଭାବେ ଆଇଆଇସି ଶ୍ରୀ ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପୂର୍ବାହ୍ନରେ ଆରଟିଓ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଏହି ଟିମ୍ ୫ଜଣଙ୍କୁ ଅଟକ ରଖିଥିଲା । ଅଟକ ଯୁବକଙ୍କ ମଧ୍ୟରୁ ୪ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ଟାଉନଥାନା ଅନ୍ତର୍ଗତ ମାନସିଂହ ବଜାର ଅଞ୍ଚଳର ଏସ୍କେ ସାହିରୁଦ୍ଧିନ, ଜଳେଶ୍ୱର ଥାନା ଅନ୍ତର୍ଗତ ବିରିଶପୁର ଅଞ୍ଚଳର ଅମରନାଥ ଘୋଷାଲ, ସଦରଥାନା ଅନ୍ତର୍ଗତ ବାଙ୍ଗରା ଅଞ୍ଚଳର ଅଜୟ ବିନ୍ଧାଣୀ, ଯୁଧିÂିପୁର ଅଞ୍ଚଳର ରବୀନ୍ଦ୍ର ସାମଲ । ଏହି ଚାରି ଅଟକ ବ୍ୟକ୍ତି ଦୀର୍ଘ ଦିନ ହେବ ଆରଟିଓ କାର୍ଯ୍ୟାଳୟରେ ଦଲାଲଗିରି କରୁଥିଲେ । ଏନେଇ ଆଇଆଇସି ଶ୍ରୀ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା । ତାଙ୍କ କହିବା କଥା ଥାନାରେ ୫ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଉପରୋକ୍ତ ୪ଜଣ ଦଲାଲ କାମ କରୁଥିବା ପ୍ରମାଣ ମିଳିଛି । ଅନ୍ୟଜଣଙ୍କ ଉପରେ ଏବେବି ତଦନ୍ତ ଚାଲିଛି । ଏହି କାରଣରୁ ତାଙ୍କ ନାମ ସାର୍ବଜନିନ କରାଯାଉନି ବୋଲି ସେ କହିଛନ୍ତି । ପଞ୍ଚମ ବ୍ୟକ୍ତିଙ୍କ ବିଷୟରେ ତଦନ୍ତ ସରିବା ପରେ ମାମଲା ରୁଜୁ ହେବ ନେଇ ସେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଚିକିତ୍ସାଳୟ ଓ ଆରଟିଓ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ନିଦେ୍ର୍ଧଶ ମିଳିବା ପରେ ଏପର୍ଯ୍ୟନ୍ତ ୧୧ଜଣ ଦଲାଲଙ୍କୁ ଗରିଫ କରାଯାଇଛି । ଗୁରୁବାର ମୁଖ୍ୟ ଚିକିତ୍ସାଳୟରୁ ୩ ଦଲାଲଙ୍କୁ ଗିରଫ କରାଯାଇଥିଲା ।

ଭଦ୍ରକ ଆର୍ଟିଓ କାର୍ଯ୍ୟାଳୟରୁ ୧ ଗିରଫ
ଭଦ୍ରକ,(ବି.ବି.ନୁ୍ୟଜ୍): ୧୫ଦିନ ମଧ୍ୟରେ ସମସ୍ତ ଚିକିତ୍ସାଳୟ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦଲାଲମୁକ୍ତ ହେବ । ଏପରି ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିକ୍ରମରେ ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହରାଞ୍ଚଳ ପୁଲିସ ଚଢ଼ଉ କରି ୪ଜଣ ଦଲାଲଙ୍କୁ ଗିରଫ କରିବା ପରେ ଆଜି ଗ୍ରାମାଞ୍ଚଳ ପୁଲିସ ଚଢ଼ଉ କରିଛି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ । ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ଉ ବେଳେ ପୁଲିସ ଏହି ସମୟରେ ମୃତୁ୍ୟଞ୍ଜୟ ମହାନ୍ତି ନାମକ ଜଣେ ଦଲାଲକୁ ପୁଲିସ ଗିରଫ କରିଛି । ପୀରାହାଟ ଖେଦପୁର ଗ୍ରାମରେ ତାଙ୍କ ଘର ।
ସ୍ଥାନୀୟ ଆରଟିଓ କାର୍ଯ୍ୟାଳୟରେ ଦୀର୍ଘବର୍ଷ ଧରି ଦଲାଲା ରାଜ ଚାଲିଥିବା ଅଭିଯୋଗ ହୋଇ ଆସୁଛି । ବିନା ଦଲାଲରେ ସେଠାରେ ସାଧାରଣ ଲୋକଟିଏ ନିଜ କାମ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଥାଏ । ତେଣୁ ବାଧ୍ୟ ହୋଇ ନିଜ କାମ ପାଇଁ ଜଣେ ବ୍ୟକ୍ତି ଅଧିକ ପଇସା ପଡ଼ୁ ପଛେ ଦଲାଲଙ୍କ ସାହାଯ୍ୟ ନେଇଥାଏ । କାର୍ଯ୍ୟାଳୟର କେତେକ କର୍ମଚାରୀ ଏପରିକି ୨ଜଣ ଉପରିସ୍ଥ ଅଧିକାରୀ ମଧ୍ୟ ଦଲାଲଙ୍କ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରୁଥିବାର ନିୟମିତ ଅଭିଯୋଗ ହୋଇ ଆସୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons