ରମ୍ଭା,(ବି.ବି.ନୁ୍ୟଜ୍): ଗଞ୍ଜମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ଭୂଅାଁଭୂଇଁ ଗ୍ରାମରେ ଏକ ନାବାଳିକାର ବାଲ୍ୟ ବିବାହ ପାଇଁ ପରିବାର ଲୋକ ପ୍ରସ୍ତୁତ ହେଉଥିବା ବେଳେ ଗଞ୍ଜାମ ସିଡିପିଓ ସଲିଳା ପ୍ରଧାନ ଖବର ପାଇ ବନ୍ଦ କରିଥିବା ଜଣାପଡିଛି । ନାବାଳିକା ଝିଅର ବିବାହ ବେଗୁନିଆପଡା ଗ୍ରାମରେ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ଗଞ୍ଜମ ସିଡିପିଓ ପ୍ରଧାନଙ୍କୁ ଖବର ଦେଇଥିଲେ । ପରେ ସିଡିପିଓ ଚାଇଲ୍ଡÿ ଲାଇନର ତପେଇ ସାହୁ, ଶିଳ୍ପା ସେଠୀ, ରାମ୍ଭା ପୁଲିସ ସହାୟତାରେ ଭୂଅାଁଭୂଇଁ ଗ୍ରାମକୁ ଯାଇ ନାବାଳିକାର ପିତାଙ୍କୁ ବୁଝାସୁଝା କରିଥିଲେ । ଝିଅକୁ ୧୮ ବର୍ଷ ପରେ ବାହାଘର କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ ।
Comments are closed, but trackbacks and pingbacks are open.