ବାଳକର ଝୁଲନ୍ତା ଶବ ଉଦ୍ଧାର

Get real time updates directly on you device, subscribe now.

ଝରିଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ହାତୀବାଡି ଗାଁରୁ ପୁଲିସ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ବାଳକ ଜଣକ ଗାଁର କ୍ଷୀର ମାଝିଙ୍କ ପୁଅ ଗଣେଶ(୧୫) । କିନ୍ତୁ ଏହାର କାରଣ ଜଣାପଡିନି ।
ସୂଚନା ଅନୁସାରେ, ଗତ ମଙ୍ଗଳବାର ରାତିରେ କୌଣସି କାରଣକୁ ନେଇ ଗଣେଶ ଘରୁ ପଳାଇ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲେ । ପରିବାର ଓ ସାହି ଲୋକ ତାକୁ ଅନେକ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ବୁଧବାର ସକାଳେ ତାଙ୍କ ଘରଠାରୁ କିଛି ଦୂରରେ ଥିବା ଏକ କୁସୁମ ଗଛରେ ଗଣେଶର ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ । ବେକରେ ଗାମୁଛା ବାନ୍ଧି ଗଣେଶ ଆତ୍ମହତ୍ୟା କରିଥିବା କୁହାଯାଉଛି । ଲୋକେ ଖବର ଦେବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ପରେ ପରିବାର ଲୋକେ ଝରିଗାଁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ଝରିଗାଁ ମେଡିକାଲର ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons