ମାଲକାନଗିରି,(ବି.ବି.ନୁ୍ୟଜ):ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକଙ୍କୁ ଏମଭି-୭୯ ପୁଲିସ ଗିରଫ କରିଛି । ଏହି ଯୁବକ ହେଲା ନାଲଗୁଣ୍ଠି ପଞ୍ଚାୟତ ଏମଭି-୭୨ ଗ୍ରାମର ଶିବା ଦାସ(୨୪) । ଦଫା ୪୫୦/୩୭୬(୧)/୨୯୪/୫୦୬/୩୪ ରେ ପୁଲିସ ଏକ ମାମଲା(୮୩/୨୦୨୦) ରୁଜୁ କରିଛି । ଅଭିଯୁକ୍ତ ଶିବାକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ।
ପୁଲିସ ସୂଚନା ଅନୁସାରେ, ଗତ ୨୨/୫/୨୦୨୦ ରେ ଏହି ଘଟଣା ଘଟିଥିଲା । ବାପା ଓ ମା ଘରେ ନଥିବାର ସୁଯୋଗ ନେଇ ଶିବା ବିବାହ ଓ ନାନା ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହି କଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଭୟରେ ପିଲାଟି ଏ ବିଷୟରେ କାହାରିକୁ କିଛି କହି ନଥିଲା । ବିବାହ କରିବାକୁ ପିଲାଟି ଶିବାକୁ କହିବାରୁ ସେ ମନା କରି ଦେଇଥିଲା । ପରେ ନାବାଳିକା ଜଣକ ବାପା ମାଆଙ୍କୁ ସବୁକଥା କହିଥିଲା । ପିଲାଟିର ବାପା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଜନ୍ କୁଜୁରଙ୍କ ନିଦେ୍ର୍ଧଶରେ ସବଇନ୍ସିପେକ୍ଟର ଗଣେଶ ପ;ନାୟକ ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ ।
Comments are closed, but trackbacks and pingbacks are open.