ବାହାଦୂରପଦର ଚାଷୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ପରେ ତଦନ୍ତ ଆରମ୍ଭ

Get real time updates directly on you device, subscribe now.

କେସିଙ୍ଗା,(ବି.ବି.ନୁ୍ୟଜ୍): ଋଣଭାର ସହ୍ୟ କରି ନପାରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ପଥର୍ଲା ପଞ୍ଚାୟତର ବାହାଦୂରପଦର ଗାଁର ବାସୁଦେବ ପୋଢ଼ଙ୍କ ପୁଅ ଡମ୍ବରୁଧର ପୋଢ଼(୪୫) ଗତମାସ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।ଆଜି ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣା ସମ୍ପର୍କରେ ଜିଲ୍ଲାପାଳ ଅବଗତ ହେବା ପରେ ଏହାର ତଦନ୍ତ ଲାଗି ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଧଶକ୍ରମେ ତହସିଲଦାର ଗଣ୍ଡାରାମ ଖମାରୀ, କେସିଙ୍ଗା ଆଦର୍ଶ ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ ଓ ଦାୟିତ୍ୱରେ ଥିବା ଜିଲ୍ଲା କୃଷି ଉପନିଦେ୍ର୍ଧଶକ ଅନ୍ତର୍ଯ୍ୟାମୀ ମଲ୍ଲିକ ଆଜି ସମ୍ପୃକ୍ତ ଚାଷୀଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ କାହିଁକି ସରକାରଙ୍କ ସହାୟତା ମିଳିପାରିଲା ନାହିଁ ତାହାର ତଦନ୍ତ କରିଛନ୍ତି । ତାହାର ରିପୋର୍ଟ ଜିଲ୍ଲାପାଲଙ୍କୁ ଦେଲାପରେ ଜିଲ୍ଲାପାଳ ହିଁ ପଦକ୍ଷେପ ନେବେ ବୋଲି ତହସିଲଦାର ଶ୍ରୀ ଖମାରୀ ପ୍ରକାଶ କରିଛନ୍ତି ।

ପ୍ରକାଶ ଯେ ବାହାଦୂରପଦର ଗାଁର ବାସୁଦେବ ପୋଢ଼ଙ୍କ ନାମରେ କେସିଙ୍ଗା ସହକାରୀ କୃଷି କାର୍ଯ୍ୟାଳୟ ଆଦେଶନାମା ନଂ ୪୦୪ ତା.୨୦/୨/୨୦୧୬ ମସିହାରେ ଜଳନିଧି ଯୋଜନା ପକ୍ଷରୁ ଡଗ୍ୱେଲ ଖୋଲିବା ପାଇଁ ଆଦେଶ ଦିଆଯାଇଥିଲା । ସେହି ଅନୁଯାୟୀ ଡମ୍ବରୁଧର ପୋଢ଼ ଏକ ଗରିବ ଶ୍ରେଣୀର ଚାଷୀ ହୋଇଥିବା ବେଳେ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସତ୍ତେ୍ୱ ସରକାରଙ୍କ ସହାୟତା ରାଶି ପାଇବା ଆଶାରେ ଧାର କରଜ ସାଙ୍ଗକୁ ନିଜର ଚାଷ ଜମିକୁ ବନ୍ଧକ ରଖି ସମ୍ପର୍କୀୟଙ୍କ ଠାରୁ ଟଙ୍କା ଆଣି ଧାର୍ଯ୍ୟ ସମୟ ଭିତରେ କୂଅ ଖୋଲିଥିଲେ । ତାର ବିଲ କରିବା ପାଇଁ ବିଭାଗୀୟ ଜନୈକ କୃଷି ଓଭରସିୟର ବାହାଦୂରପଦର ଗାଁକୁ ଆସି ହିତାଧିକାରୀଙ୍କ ଜଣ ପିଛା ୧୩ ହଜାର ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ସେହି ସମୟରେ ଯେଉଁ ହିତାଧିକାରୀ ଟଙ୍କା ପ୍ରଦାନ କରିଥିଲେ ସେମାନଙ୍କୁ ସରକାରୀ ସହାୟତା ରାଶି ମିଳିଥିବା ବେଳେ ବାକି ବାସୁଦେବ ପୋଢ଼ଙ୍କ ଭଳି ଅନ୍ୟ ଚାଷୀମାନେ ମଧ୍ୟ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି ।

୨୦୧୬ ବର୍ଷରେ ବାହାଦୂରପଦର ଗ୍ରାମର ରୁପା ଗଉଡ଼, ଉମାକାନ୍ତ ପୋଢ଼, ବିଦ୍ୟାଧର ପୋଢ଼, ଖଗପତି ପୋଢ଼, ଡକ୍ଟର ପୋଢ ଏବଂ ଗାଡତୁଲା ଗ୍ରାମର ସନ୍ତୋଷ ସାହୁ ଡଗୱେଲ ଖୋଲିବାର ଆଦେଶ ପାଇ ସମସ୍ତଙ୍କ ଧାର୍ଯ୍ୟ ସମୟ ଭିତରେ କାମ ସରିଥିଲେ ମଧ୍ୟ ଖଗପତି ପୋଢ଼ ଓ ଡକ୍ଟର ପୋଢ଼ଙ୍କୁ ହିଁ ସରକାରୀ ସହାୟତା ରାଶି ପ୍ରଦାନ କରାଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ସରକାରୀ ସହାୟତା ରାଶି ବାସୁଦେବ ପୋଢ଼ଙ୍କୁ ମିଳି ନଥିବା ବେଳେ ଗୋଟିଏ ପଟେ ଧାର କରଜର ଋଣ ମନରେ ଚିନ୍ତା ଘାରୁଥିବା ବେଳେ ଅନ୍ୟପଟେ ଡଗ୍ୱେଲ ଖୋଲିବାର ଆର୍ଥିକ ସହାୟତା ପାଇବା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଜଣାଇଥିଲେ । ଜିଲ୍ଲାପାଲ ଏନେଇ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ ମଧ୍ୟ କୌଣସି ସୁଫଳ ପାଇପାରି ନଥିବାରୁ ଶେଷରେ ନିରାଶ ହୋଇ ବିଷପାନ କରିଥିଲେ । ଦୀର୍ଘ ଦିନ ବୁର୍ତ୍ତାରେ ଚିକିତ୍ସା ପରେ ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିଲେ । ହେଲେ ଗୁରୁତର ଅବସ୍ଥାରେ ଘରେ ଶଯ୍ୟାଶାୟୀ ହୋଇ ରହିଛନ୍ତି । ଏହି ଘଟଣାକୁ ନେଇ ଚଳିତମାସ ଗତ ୧୦ତାରିଖ ଦିନ ଗାଁର ଅନେକ ଲୋକ ଡମ୍ବରୁଧରଙ୍କୁ ଧରି ବ୍ଲକ୍ କୃଷି କାର୍ଯ୍ୟାଳୟକୁ ଆସି ଆନେ୍ଦାଳନ କରିଥିଲେ । ତେବେ ଏନେଇ କଳାହାଣ୍ଡି ଜିଲ୍ଲାପାଳ ଡଃ ଗାଭାଲି ପରାଗ ହର୍ଷଦ ଖବର ପାଇ ତାହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ ।
ତେବେ ଏହି ଘଟଣାରେ ଆଜି ତଦନ୍ତ ଟିମ୍ ପଥର୍ଲା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ନରୋତ୍ତମ ଭାଟୀ, ବିରଞ୍ଚି ନାରାୟଣ ଖର୍ସେଲ, ଭୁବନ ପୋଢ଼, ମନୁ ପୋଢ଼ ପ୍ରମୁଖ ଅନେକ ବ୍ୟକ୍ତଙ୍କ ସହିତ ୨୦୧୬ ମସିହାରେ ଜଳନିଧି ଯୋଜନାରେ ପାଇଥିବା ଡଗୱେଲ ହିତାଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ସେହି ସମୟରେ ଡଗ୍ୱେଲ ଖୋଲିବାର ସରକାରଙ୍କ ସହାୟତା ରାଶି ମିଳିପାରି ନଥିବା ନେଇ ରୁପା ଗଉଡ଼, ଉମାକାନ୍ତ ପୋଢ଼, ବିଦ୍ୟାଧର ପୋଢ଼, ସନ୍ତୋଷ ସାହୁ ପ୍ରମୁଖ ଅଭିଯୋଗ କରିଥିଲେ । ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ନେବା ସହ ଡମ୍ବରୁଧରଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରି ସରକାରଙ୍କ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons