ଖୋର୍ଦ୍ଧା: ବାହାବେଦୀରୁ ବରକୁ ଉଠାଇ ନେଲା ପୋଲିସ୍। ତୃତୀୟ ବିବାହ କରିବାକୁ ଆସି ବାହା ମଣ୍ଡପରେ ହଟ୍ଟହଟା ହେଲା ବର।
ମିଳିଥିବା ସୂଚନା ମୁତାବକ ବର ତୃତୀୟ ବିବାହ କରୁଥିଲେ। ବର କନ୍ୟା ପକ୍ଷକୁ ତୃତୀୟ ବିବାହ କରୁଥିବା କଥା ନ ଜଣାଇ ବିବାହ କରୁଥିବା ବେଳେ ଧଳାପଥର ଫାଣ୍ଡି ପୋଲିସ ଉଠାଇ ନେଇଛି।
ବୋଲଗଡ ଥାନା ଅଧିନସ୍ଥ ମାଗୁରାର ଶିବପ୍ରସାଦ ମଙ୍ଗରାଜ ନିଜର ତୃତୀୟ ବିବାହ ଫତେଗଡ ଅଂଚଳର ଜଣେ ଯୁବତୀଙ୍କ ସହ ଧବଳେଶ୍ବରଙ୍କ ପୀଠରେ କରିବାକୁ ଯାଉଥିବା ବେଳେ ୨ୟ ପତ୍ନୀ ଲୋପମୁଦ୍ରା ପରିଡାଙ୍କ ଘର ପକ୍ଷରୁ ଖବର ପାଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ୍ ବାହାବେଦୀରେ ପହଞ୍ଚି ବରକୁ ଉଠାଇ ନେଇଥିଲା।
Comments are closed, but trackbacks and pingbacks are open.