ବାହା ଭୋଜି ଖାଇ ୩୦ ଅସୁସ୍ଥ

Get real time updates directly on you device, subscribe now.

ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବାହାଘର ଭୋଜି ଖାଇ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସେମାନେ ସମସ୍ତେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତୋହରା ଗାଁର । ଅସୁସ୍ଥମାନଙ୍କୁ ପୂଜାରୀଗୁଡା ଏବଂ ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ତୋହରା ଗାଁରେ ଏକସଙ୍ଗେ ୫ରୁ ୬ଟି ସ୍ଥାନରେ ବିବାହ କାର୍ଯ୍ୟକ୍ରମ ରହିଥିଲା । ଗାଁରେ ବାହାଘର ଚାଲିଥିବାରୁ ଗ୍ରାମବାସୀ ସହଯୋଗ କରିବା ସହ ଭୋଜି ଖାଇଥିଲେ । ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା । ଜଣକ ପରେ ଜଣେ ଗୁରୁତର ହୋଇପଡ଼ିଥିଲେ । ଅସୁସ୍ଥଙ୍କ ସଂଖ୍ୟା ୩୦ରୁ ଅଧିକ ହେବା ଦେଖି ପରିବାର ଓ ସମ୍ପର୍କୀୟମାନେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇଥିଲେ । ସେମାନଙ୍କୁ ପୂଜାରୀଗୁଡା ଏବଂ ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପୂଜାରୀଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫ଜଣ ମହିଳା, ୬ଜଣ ପୁରୁଷ ଓ ଜଣେ ଶିଶୁକୁ ଭର୍ତ୍ତି କରାଯାଇଥିବା ବେଳେ ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ଜଣ ଶିଶୁ, ୫ ମହିଳା ଓ ୫ଜଣ ପୁରୁଷଙ୍କୁ ଭର୍ତ୍ତି କରାଯାଇଛି । ପୂଜାରୀଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭୟ ଦେ ଏବଂ ଉମରକୋଟରେ ଡାକ୍ତର ଦେବଦତ୍ତ ପାଢି ଚିକିତ୍ସା ଜାରି ରଖିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ତରଫରୁ ସୂଚନା ଦିଆଯାଇଛି । ତେବେ ଗାଁର ବହୁଲୋକ ଭୋଜି ଖାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ବୋଲି ସନେ୍ଦହ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons