ନୂଆଦିଲ୍ଲୀ: ଜମ୍ମୁ ବାୟୁସେନା ଷ୍ଟେସନର ଟେକ୍ନିକାଲ ଅଞ୍ଚଳରେ ଶନିବାର-ରବିବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟିଛି । ଏଥିରେ ଭାରତୀୟ ବାୟୁସେନାର ଦୁଇଜଣ ଯବାନ ଆହତ ହୋଇଛନ୍ତି । ୫ ମିନିଟ୍ ବ୍ୟବଧାନରେ ଏଠାରେ ଦୁଇଟି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପାଇଁ ୨ଟି ଡ୍ରୋନ ବ୍ୟବହାର କରାଯାଇଥିଲା । ପ୍ରଥମ ଥର ପାଇଁ ଡ୍ରୋନ ସହାୟତାରେ ଏହି ଆକ୍ରମଣ କରାଯାଇଛି । ଏହି ଘଟଣା ପରେ ପଠାନକୋଟ୍ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।
ଜମ୍ମୁ-କାଶ୍ମୀର ପୁଲିସ ଡିଜି ଏହାକୁ ଆତଙ୍କୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ସୀମା ଆରପଟୁ ଡ୍ରୋନ୍ ସହାୟତାରେ ଏହି ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଷ୍ଟେସନ ପରିସରରେ ଥିବା ବିମାନକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟାଯାଇଥିଲା । ସୂଚନା ଅନୁସାରେ ପ୍ରଥମ ବିସ୍ଫୋରଣ ରାତି ୧ଟା ୨୭ରେ ହୋଇଥିଲା । ଏହା ଷ୍ଟେସନ ପରିସରରେ ଥିବା ଏକ ବିଲ୍ଡିଂର ଛାତ ଉପରେ ପଡିଥିଲା । ଫଳରେ ଛାତ କଣା ହୋଇଯିବା ସହ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଏହାର ୫ ମିନିଟ୍ ପରେ ୧ଟା ୩୨ରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା । ଏହା ଷ୍ଟେସନ ପରିସରରେ ଏକ ଖାଲି ସ୍ଥାନରେ ହୋଇଥିବା ଜଣାପଡିଛି । ପାକିସ୍ତାନର ଆତଙ୍କବାଦୀମାନେ ବିସ୍ଫୋରକ ବୋଝେଇ ୟୁଏଭି (ଅନମ୍ୟାନ୍ଡ ଏରିଏଲ ଭେହିକିଲ୍) ସହାୟତାରେ ଏହି ବିସ୍ଫୋରଣ ଘଟାଇଥିବାର ଅନୁମାନ କରାଯାଉଛି । ତେବେ ଏହି ଡ୍ରୋନ କିମ୍ବା ୟୁଏଭି କେଉଁ ବାଟ ଦେଇ ଆସିଲା ତାହାର ସବିଶେଷ ଯାଞ୍ଚ କରାଯାଉଛି ।
ବିସ୍ଫୋରଣ ପରେ କାଶ୍ମୀର ପୁଲିସ ଆଇଜି ବିଜୟ କୁମାର ଆଇଏଏଫ, ଏନ୍ଏସ୍ଜି, ସିଆରପିଏଫ, ବିଏସ୍ଏଫ, ସିଆଇଏସ୍ଏଫର ବରିÂ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚô ସ୍ଥିତି ସମୀକ୍ଷା କରିଛନ୍ତି । ଜଣେ ଜୁନିଅର ୱାରେଣ୍ଟ ଅଫିସରଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ସତୱରୀ ଥାନାରେ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ) ଅଧୀନରେ ମାମଲା ରୁଜୁ କରାଯାଇଛି । ପୁଲିସ ଓ ବାୟୁସେନା ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଉଥିବା ବେଳେ ଏନ୍ଆଇଏ ଟିମ୍ ପହଞ୍ଚô ଯାଞ୍ଚ ଆରମ୍ଭ କରିଛି । ଏଥିସହ ବୋମା ଡିଟେକ୍ସନ ସେଣ୍ଟର ଓ ଫରେନ୍ସିକ ଏଜେନ୍ସିର ବରିÂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚôଛନ୍ତି । ଜମ୍ମୁ ବିମାନବନ୍ଦରରୁ ଉଭୟ ବାୟୁସେନା ବିମାନ ଓ ଯାତ୍ରୀବାହୀ ବିମାନ ଚଳାଚଳ କରିଥାଏ । ତେବେ ଆଜି ଲେହ, ଦିଲ୍ଲୀ, ଶ୍ରୀନଗର, ଗ୍ୱାଲିୟରକୁ ଯାତ୍ରୀବାହୀ ବିମାନ ଚଳାଚଳ ସ୍ୱାଭାବିକ ରହିଛି । ତେବେ ଦୁଇଟି ବିମାନ ଜି୮-୧୮୫ ଏବଂ ଏସ୍ଜି-୯୬୩ ସେବାକୁ ବାତିଲ କରାଯାଇଛି ।
ବାଂଲାଦେଶ ଗସ୍ତରେ ଥିବା ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ବରିÂ ଅଧିକାରୀଙ୍କ ସହ ଟେଲିଫୋନ୍ରେ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ବାୟୁସେନା ଷ୍ଟେସନର ବରିÂ ଅଧିକାରୀଙ୍କ ସହ ସେ ନିୟମିତ ଯୋଗାଯୋଗରେ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି । ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ମାର୍ଶଲ ଭି.ଆର ଚୌଧୁରୀ ଜମ୍ମୁରେ ପହଞ୍ଚô ସ୍ଥିତି ପରଖିଛନ୍ତି । ଲୋହ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶଲ ଏଚ୍.ଏସ ଆରୋରାଙ୍କ ସହ ବିସ୍ଫୋରଣ ସମ୍ପର୍କରେ ଟେଲିଫୋନ୍ରେ ପଚାରି ବୁଝିଛନ୍ତି । ପୁଲିସ୍ ଇତିମଧ୍ୟରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ସେମାନଙ୍କୁ ପଚରାଉଚୁରା କରୁଛି । ସେମାନଙ୍କ ମଧ୍ୟରେ ଜଣେ ଲସ୍କର-ଇ-ତୋଇବାର ସଦସ୍ୟ ଅଛି । ତା ନିକଟରୁ ୫ କି.ଗ୍ରା ଆଇଇଡି ଜବତ କରାଯାଇଛି । ଏହି ଆଇଇଡିକୁ ସେ କୌଣସି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ ଘଟାଇବା ଲାଗି ବ୍ୟବହାର କରିଥାନ୍ତା ବୋଲି ପଚରାଉଚୁରାରୁ ଜଣାପଡ଼ିଛି । ତାକୁ ଗିରଫ କରାଯିବା ପରେ ଏକ ବଡଧରଣର ବିସ୍ଫୋରଣକୁ ଏଡ଼ାଇ ଦିଆଯାଇପାରିଛି ।
ପାକିସ୍ତାନ ଆତଙ୍କବାଦୀମାନେ ଡ୍ରୋନ୍ ସହାୟତାରେ ବିସ୍ଫୋରଣ ଘଟାଇବା ଲାଗି ପ୍ରାୟ ୨ ବର୍ଷ ତଳୁ ଯୋଜାନ କରିଥିଲେ । ଏଥିପାଇଁ ସେମାନେ ସୀମାନ୍ତ ଅଞ୍ଚଳରେ ଡ୍ରୋନ୍ ସହାୟତାରେ ଅସ୍ତ୍ରଶସ୍ତ୍ର ପକାଇଥାନ୍ତି । ୨୦୧୯ ଅଗଷ୍ଟରେ ପଞ୍ଜାବର ଅମୃତସରର ଏକ ଗ୍ରାମ ନିକଟରୁ ଅସ୍ତ୍ରଶସ୍ତ୍ର ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଗତ ସେପ୍ଟେମ୍ବରରେ ସୁରକ୍ଷା ବାହିନୀ ଦ୍ୱାରା ଗିରଫ ହୋଇଥିବା କିଛି ଆତଙ୍କବାଦୀ ସୂଚନା ଦେଇଥିଲେ କି ଡ୍ରୋନ ସହାୟତାରେ ୮ଥର ମାଦକଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ପକାଯାଇଛି । ଗତବର୍ଷ ଜୁନ ୨୦ରେ ବିଏସ୍ଏଫ ଯବାନମାନେ ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଏକ ଗୁପ୍ତଚର ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲେ । ଗତବର୍ଷ ସେପ୍ଟେମ୍ବରରେ ଅଖନୁର ଜିଲ୍ଲାର ଏକ ସୀମାନ୍ତବର୍ତ୍ତୀ ଗ୍ରାମରେ ଡ୍ରୋନ ଯୋଗେ ଅସ୍ତ୍ରଶସ୍ତ୍ର ପକାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା ।


Comments are closed, but trackbacks and pingbacks are open.