ବିଏସ୍ଏନ୍ଏଲ୍ ଟାୱାର ପୋଡ଼ିଲେ ମାଓବାଦୀ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମୋଟୁ ଥାନା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଏରାବୋରଠାରେ ମାଓବାଦୀମାନେ ଘଟାଇଛନ୍ତି ଲଙ୍କାକାଣ୍ଡ । ଗାଁ ମଝିରେ ଥିବା ଏକ ବିଏସଏନଏଲ୍ ମୋବାଇଲ ଟାୱାର ଓ କଂଟ୍ରୋଲ ରୁମ୍କୁ ନିଅାଁ ଲଗାଇ ପୋଡି ଦେଇଛନ୍ତି । ଏଥିସହ ରାଜପଥରେ ବଡ ପଥର ରଖି ଅବରୋଧ ମଧ୍ୟ କରିଛନ୍ତି ।
ସୂଚନା ଅନୁସାରେ, ଗତ ଗୁରୁବାର ରାତ୍ରରେ ଏହି ଘଟଣା ଘଟିଛି । ପ୍ରାୟ ୧୫ ଜଣ ସଶସ୍ତ୍ର ମାଓବାଦୀ ଏରାବୋର ଗାଁର ପହଞ୍ଚି ଥିଲେ । ପ୍ରଥମେ ଏରାବୋର ଦେଇ ଯାଇଥିବା ଜାତୀୟ ରାଜପଥରେ ବଡ ବଡ ପଥର ରଖି ଅବରୋଧ କରିଥିଲେ । ପଥର ଦେହରେ ମାଓ ପୋଷ୍ଟର ଓ ବ୍ୟାନର ଲଗାଇ ଥିଲେ । ପରେ ଗାଁ ମଝିରେ ଥିବା ଏକ ବିଏସଏନଏଲ୍ ମୋବାଇଲ ଟାୱାର ଓ କଂଟ୍ରୋଲ ରୁମ୍କୁ ନିଅାଁ ଲଗାଇ ପୋଡି ଦେଇଥିଲେ । ଖବର ପାଇ ଶୁକ୍ରବାର ସକାଳେ ଏରାବୋର ଥାନା ପୁଲିସ ଓ ସିଆରପିଏଫ୍ ଯବାନ ଘଟଣାସ୍ଥଳରେ ପହଂଚି ରାସ୍ତାରୁ ପଥର ହଟାଇଛନ୍ତି । ଅବରୋଧ ହଟିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି । ଅଂଚଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜୋର୍ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons