‘ବିକାଶ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ଲଢ଼ିବ ବିଜେପି’

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ଦୀର୍ଘ ଦିନ ହେଲା ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ସରକାରଙ୍କ ଅଣଦେଖାର ଶିକାର ହୋଇ ଆସୁଛି । ଏଠାରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ବାରମ୍ବାର ଅଭିଯୋଗ ସତ୍ତେ୍ୱ ଏଥିପ୍ରତି ନା ଜିଲ୍ଲା ପ୍ରଶାସନ , ନା ରାଜ୍ୟ ସରକାର କେହିବି ଦୃଷ୍ଟି ଦେଉନାହାନ୍ତି । ଆଗାମୀ ଉପନିର୍ବାଚନରେ ବିଜେପି ବିକାଶ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ଲଢ଼ିବ । ତୃଣମୂଳସ୍ତରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମାହାନ୍ତି ଗଣମାଧ୍ୟମକୁ କହିଛନ୍ତି ।
ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣ ମଣ୍ଡପରେ ଅନୁÂିତ ଏକ ମିଶ୍ରଣ ପର୍ବରେ ଯୋଗଦେଇ ସେ କହିଥିଲେ, ନିର୍ବାଚନ ସମୟରେ ବିଜେଡି ଅନେକ ସମୟରେ ବହୁ ପ୍ରତିଶ୍ରୁତି ଦେଇଛି । ମାତ୍ର ପରବର୍ତ୍ତୀ ସମୟରେ ତାହାକୁ ଭୁଲିଯାଇଛି । ଅନେକ ପ୍ରକଳ୍ପ ଘେଷଣାର ଦୀର୍ଘ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ଏଯାଏଁ ସେଗୁଡ଼ିକର କୌଣସି ଅଗ୍ରଗତି ହୋଇପାରୁନି । ଜମି ପଟ୍ଟା ନାରେ ଯୋଗ୍ୟତାପତ୍ର ଦେବା, ରିଂ ରୋଡ, ସିଟି ବସ୍, ଇଡ୍କୋ ଟାୱାର, ନୂଆ ବସ୍ ଷ୍ଟାଣ୍ଡ, ଫିସ୍ କରିଡର, ମାର୍କେଟ ବିଲ୍ଡିଂକୁ ଏହାର ଗୋଟିଏ ଗୋଟିଏ ଉଦାହରଣ ଭାବେ ନିଆଯାଇପାରେ । ଭୋଟ ହାତେଇବା ପାଇଁ ସରକାର କାଳିଆ ଯୋଜନା, ପିଠା ଯୋଜନା ଭଳି ଅନେକ କିଛି କରିଥିଲେ । ତାହାର ଏବେ କୌଣସି ଖୋଜଖବର ନାହିଁ । କେବଳ ଏତିକି ନୁହେଁ, ସଦର ନିର୍ବାଚନମଣ୍ଡଳୀ ଏବେବି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଜଳସେଚନ, ରୋଜଗାର, ଆଇନଶୃଙ୍ଖଳା ବିପନ୍ନ ହୋଇଛି । ଏହା ପଛରେ ସରକାରୀ ଦଳର ପ୍ରତ୍ୟକ୍ଷ ପୃÂପୋଷକତାକୁ ହିଁ ଦାୟୀ କରାଯିବ । ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ସେ ନିବେଦନ କରିଥିଲେ ।
ଏହି ଅବସରରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ବିଜେଡିର ପୂର୍ବତନ ନଗର ସଭାପତି ତଥା ‘ଓଡ଼ିଶା ମୋ’ପରିବାର- ଜୀବନବିନ୍ଦୁ’ର ପୂର୍ବତନ ଜିଲ୍ଲା ସଂଯାଜକ ଆଶିଷ ଘୋଷ, ବରିÂ ବିଜେଡି ନେତା, ପୂର୍ବତନ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସଭାପତି, ବିର୍ଲା ଟାୟାର ଶ୍ରମିକ ସଂଘର ଉପସଭାପତି ଦୁକୁଲ ଚନ୍ଦ୍ର ଘଡେ଼ଇ, ବିଜୁ ମହିଳା ଜନତାର ସଦର ବ୍ଲକ ସଭାପତି କଲ୍ୟାଣୀ ମହାନ୍ତି, ସଞ୍ଜୟ ମଣ୍ଡଳ, ସନ୍ତୋଷ ସେଠୀ, ନାରାୟଣ ମଲ୍ଲିକ, ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସଙ୍କ ସମେତ ରାଜା ଜେନା, ଚିକୁନ୍ ଦାସ, ସଞ୍ଚିତ ଦାସ, ସିପୁନ ସାହୁ, ପ୍ରଭାକର ଦାସ, ଅଭିଜିତ ମହାନ୍ତି, ମଣ୍ଟୁ ସେଠୀ, ଆକାଶ ଲେଙ୍କା, ଦୀପକ ସିଂ ପ୍ରମୁଖ ବିଜେପିରେ ଯୋଗଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ, ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଥିବା ସେମାନେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons