ନୂଆଦିଲ୍ଲୀ: ଲଗାତର ଦଶମ ମାସ ପାଇଁ ଅଟୋମୋବାଇଲ କ୍ଷେତ୍ର ବିକି୍ର ହ୍ରାସ ଜନିତ ସମସ୍ୟାର ସମ୍ମୁଖୀନ ହେଉଛି । ଛୋଟବଡ଼ ସବୁ କମ୍ପାନି ଏହାର ଶିକାର ହେଉଛନ୍ତି । ତେବେ କ’ଣ ପାଇଁ ଏଭଳି ସ୍ଥିତି ଉପୁଜୁଛି, ସେ ବାବଦରେ ମୁହଁ ଖୋଲିଛନ୍ତି ମାରୁତି ସୁଜୁକି ଇଣ୍ଡିଆ ଅଧ୍ୟକ୍ଷ ଆର୍ ସି ଭାର୍ଗବ । କାର୍ଗୁଡ଼ିକ ମହଙ୍ଗା ହେବା ଯୋଗୁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।
ଏ ବାବଦରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିବାକୁ ଯାଇ ଭାର୍ଗବ କହିଛନ୍ତି, ଘରୋଇ ବଜାରରେ ଉପଲବ୍ଧ କାର୍ ଏବେ ମହଙ୍ଗା ହୋଇଛି । ଏଥିରେ ଅତିରିକ୍ତ ନିରାପଦ ବୈଶିଷ୍ଟ୍ୟାବଳି ଯୋଗ କରିବାକୁ ସରକାର ନିୟମ ଆଣିଛନ୍ତି । ଫଳରେ କାର୍ଗୁଡ଼ିକରେ ଏୟାରବ୍ୟାଗ୍ ଓ ଏବିଏସ୍ ଭଳି ବ୍ୟବସ୍ଥା ଖଞ୍ଜିବାକୁ ପଡ଼ିଛି । ଏଥିପାଇଁ ଉପôାଦନ ଖର୍ଚ୍ଚ ବଢୁଛି । କମ୍ପାନିମାନେ ଏହି ଅତିରିକ୍ତ ଖର୍ଚ୍ଚ ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ବାଧ୍ୟ ହେଉଛନ୍ତି । ତା’ଛଡ଼ା ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସ୍ଥାଣୁ ହୋଇଯାଇଛି ।
ଖାଲି ସେତିକି ନୁହେଁ, ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଟିକସ ଏବଂ ଗାଡ଼ି ପଞ୍ଜୀକରଣ ଦେୟ ବୃଦ୍ଧି ଭଳି ଅନ୍ୟ ଘଟଣା କାର୍ ବିକି୍ରକୁ ନିରୁତ୍ସାାହିତ କରୁଛି । ଏହିସବୁ ସମସ୍ୟାର ପ୍ରତିକାର ପାଇଁ ସରକାର ଜିଏସ୍ଟି ହ୍ରାସ କରିବା ଜରୁରି ହୋଇପଡ଼ିଛି । ଅସ୍ଥାୟୀ ଭାବେ ଜିଏସ୍ଟି ହ୍ରାସ କଲେ ଏହାର ଫାଇଦା କିଛି ହେବନାହିଁ ବୋଲି ଭାର୍ଗବ କହିଛନ୍ତି ।
କାର୍ ବିକି୍ର କମିବା ପଛରେ ଓଲା ଏବଂ ଉବର ଭଳି ‘ସେୟାର୍ ମୋବିଲିଟି’ ଦାୟୀ ବୋଲି କିଛି ବିଶେଷଜ୍ଞ ଯେଉଁ ଆକଳନ କରିଛନ୍ତି, ମାରୁତି ଅଧ୍ୟକ୍ଷ ତାହାକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ମୁଁ ଏଭଳି ଯୁକ୍ତିକୁ ଆଦୌ ଗ୍ରହଣ କରିପାରିବି ନାହିଁ । ଏହା ମନଗଢ଼ା କଥା । କଠୋର ନିରାପତ୍ତା ନିୟମ, ବର୍ଦ୍ଧିତ ବୀମା ଖର୍ଚ୍ଚ ଓ ସଡ଼କ ଟିକସ ଯୋଗୁ ବିକି୍ର ପ୍ରଭାବିତ ହୋଇଛି । ଏହିସବୁ କାରଣ ଯୋଗୁ ଏକ କମ୍ପାକ୍ଟ କାର୍ ମୂଲ୍ୟ ପାଖାପାଖି ୫୫,୦୦୦ ଟଙ୍କା ବୃଦ୍ଧି ପାଇଛି । ଅତ୍ୟଧିକ ସଡ଼କ ଟିକସ ଯୋଗୁ କାର୍ ମୂଲ୍ୟ ୨୦,୦୦୦ ଟଙ୍କା ବଢ଼ିଛି । ସେହିଭଳି କାର୍ ଫାଇନାନ୍ସ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ କାଣିଚାଏ ରିସ୍କ ନେବାକୁ ରାଜି ହେଉ ନଥିବାରୁ ଏହା କାର୍ ବିକି୍ର ହ୍ରାସରେକ୍ରଡ଼ କାରଣ ସାଜୁଛି ବୋଲି ଭାର୍ଗବ କହିଛନ୍ତି ।
Comments are closed, but trackbacks and pingbacks are open.