
ବିଚ୍ଛିନ୍ନାଞ୍ଚଳ ଅଙ୍ଗକୋଟପାଡ,(ବି.ବି.ନୁ୍ୟଜ): କୋଟପାଡ ବ୍ଲକ ବିଚ୍ଛିନ୍ନାଞ୍ଚଳ ଲକଟିଗୁଡା, କଷିଗୁଡା, ନୂଆଗୁଡା, କଟରାଗୁଡା, ଫଟକିକୁମ୍ବି ଓ ବାକଟିଗୁଡା ଗାଁକୁ ଆଜି ନୂତନ ସିଡିପିଓ ଗାୟତ୍ରୀ ବାହିନୀପତି ଏବଂ ସୁପରଭାଇଜରମନେ ଗସ୍ତ କରି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । କେନ୍ଦ୍ରଗୁଡିକ ଠିକରେ କାର୍ଯ୍ୟ କରୁଛି ନା ନାହିଁ, କର୍ମୀମାନେ ନିୟମିତ ଭାବେ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି ନା ନାହିଁ ଲୋକଙ୍କୁ ପଚାରି ବୁଝିଥିଲେ । ସରକାରୀ ଗାଇଡଲାଇନ୍ ଅନୁସାରେ ହେଲପର ଚୟନ ପ୍ରକ୍ରିୟା ଚାଲିଛି ନା ନାହିଁ ଗ୍ରାମବାସୀଙ୍କୁ ପଚାରିଥିଲେ । ଏନେଇ ସିଡିପିଓ ଶ୍ରୀମତୀ ବାହିନୀପତିଙ୍କୁ ପଚାରିବାରେ ନୂତନ ଭାବେ ହସ୍ତାନ୍ତର ହୋଇଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକର ତଦାରଖ କରାଯାଇଥିବା କହିଛନ୍ତି । ସିଡିପିଓଙ୍କ ଏହି ଗସ୍ତ ସମୟରେ ଛତର୍ଲା ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ସୁପରଭାଇଜରମାନେ ସାମିଲ ହୋଇଥିଲେ ।ନବାଡ଼ି କେନ୍ଦ୍ର ତଦାରଖ


Comments are closed, but trackbacks and pingbacks are open.