ନୂଆପଡ଼ା,(ବି.ବି.ନୁ୍ୟଜ୍): ପ୍ରେମ ନିବେଦନ କରି ବିଫଳ ହେବାରୁ ରାସ୍ତା ଉପରେ ଦିନ ଦ୍ୱିପହରରେ ଦୁଇ ଯୁବତୀଙ୍କୁ ଛୁରା ମାଡ଼ କରିଛନ୍ତି ଜଣେ ହାଇସ୍କୁଲ କିରାଣି । ଏବେ ରସିକିଆ କିରାଣି ଥାନାରେ ଅଟକ ରହିଥିବା ବେଳେ ଦୁଇ ଯୁବତୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ବୋଡେ଼ନ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ଆଜି ପୂର୍ବାହ୍ନରେ ବୋଡେନ ଥାନାଞ୍ଚଳର ଦୁଇ ଜଣ ଯୁବତୀ ବୋଡେନ ବଜାରକୁ ସାମଗ୍ରୀ କିଣିବାକୁ ଆସିଥିଲେ । ସେଠାରେ କପଡା ସାମଗ୍ରୀ କିଣି ରାଜସ୍ୱ ନିରୀକ୍ଷକ ଅଫିସ ସମ୍ମୁଖରେ ଛିଡ଼ା ହୋଇଥିଲେ । ଏହି ସମୟରେ ବୁଏରଗାଁ ହାଇସ୍କୁଲର କିରାଣୀ ଲଲିତ ନାଏକ(୪୩) ଆସି ଜଣେ ଯୁବତୀଙ୍କୁ ୨ ଶହ ଟଙ୍କା ମାଗିଥିଲେ । ସେଠାରେ ଯୁବତୀଙ୍କୁ ବୁଝାଇ ସୁଝାଇ ୨ ଶହ ଟଙ୍କା ନେଇ ଯାଇଥିଲେ । ପରେ ଦୁଇ ଜଣ ଯୁବତୀ କିଛି ଫେନ୍ସୀ ସାମଗ୍ରୀ କିଣି ସାଇକଲରେ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ପୁଣି ହାଇସ୍କୁଲ କିରାଣୀ ଲଲିତ ଯୁବତୀଙ୍କ ପାଖକୁ ଆସି ତାଙ୍କୁ ଓଭର୍ଟେକ୍ କରି ଅଟକାଇଥିଲେ । ସେଠାରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ହାଇସ୍କୁଲ କିରାଣୀ ଜଣକ ବିବାହିତ ହୋଇ ଥିବାରୁ ଯୁବତୀ ଜଣକ ତାଙ୍କର ପ୍ରେମକୁ ବାରଣ କରିଥିଲେ । କିରାଣୀ ଜଣକ ଯୁବତୀଙ୍କ ସହ ଯୁକ୍ତିତର୍କ କରିବାରୁ ଉଭୟଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା । ଏହାକୁ ଯୁବତୀଙ୍କ ସାଙ୍ଗ ପ୍ରତିବାଦ କରିଥିଲେ । ସେଠାରେ ହାଇସ୍କୁଲ କିରାଣୀ ଉତ୍ତ୍ୟକ୍ତ ହୋଇ ପକେଟରେ ଧରି ଥିବା ଛୁରା ବାହାର କରି ଯୁବତୀଙ୍କୁ ଆକ୍ରମଣ କରିଥିଲା । ସେଠାରେ ଯୁବତୀଙ୍କ ଅଣ୍ଟାରେ ଛୁରା ମାରିବାରୁ ତଳେ ପଡି ଯାଇଥିଲେ । ଏହାକୁ ଯୁବତୀଙ୍କ ସାଙ୍ଗ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଣ୍ଟା, ମୁହଁ, ଛାତି, ପଛପଟେ ଆକ୍ରମଣ କରିଥିଲେ । ସେଠାରେ ଦୁଇ ଜଣ ଯୁବତୀ ଲହୁଲୁହାଣ ହୋଇ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଉଭୟ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୋଡେନ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବୋଡେନ ଆଇଆଇସି ଶୁଭଙ୍କର ସେଠଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଏକ ଘଟଣାସ୍ଥଳରେ ପହଞ୍ଚି୍ ଅଭିଯୁକ୍ତ କିରାଣୀକୁ କାବୁ କରିଥିଲେ । ତାକୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚୁରା ଚଲାଇଛି । ଅନ୍ୟପକ୍ଷେ ଦୁଇ ଜଣ ଯୁବତୀ ବୋଡେନ ସିଏଚସିରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ବୋଡେନ ଥାନାରେ କେଶ ନଂ ୧୫୦/୨୦୨୦ରେ ଏକ ମାମଲା ରୁଜୁ କରି ହାଇସ୍କୁଲ କିରାଣୀକୁ ଥାନାରେ ଅଟକ ରଖି ତଦନ୍ତ ଚଲାଇଥିବା ଆଇଆଇସି ଶ୍ରୀ ସେଠ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.