କଟକ,(ବି.ବି.ବୁ୍ୟରୋ): ଆନନ୍ଦ ଭବନ ଭିତରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଘଟଣାରେ ବିଜେଡି ପକ୍ଷରୁ କାର୍ଯ୍ୟାନୁÂାନ ଦାବି ଜୋର ଧରିଛି । ବିଧାୟକ ସୌଭିକ ବିଶ୍ୱାଳ ଓ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଆହ୍ୱାନରେ ଆଜି ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ଅଭିଯୁକ୍ତ ଯୁବକଙ୍କୁ ଗିରଫ ଦାବିକରି ଏକ ସ୍ମାରକପତ୍ର କମିସନରେଟ୍ ପୁଲିସକୁ ପ୍ରଦାନ କରାଯାଇଛି ।
ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସହିତ ଜଣେ ଯୁବକ ଯେଉଁଭଳି ଭାବେ ଅସୌଜନ୍ୟ ଭିଡିଓ ପ୍ରସ୍ତୁତ କରିଛି ତାହା ଲକ୍ଷଲକ୍ଷ ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ଉକ୍ତ ଯୁବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବା ସହିତ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଆଜି ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ଦାବି କରାଯାଇଛି । ଏନେଇ ଏକ ପ୍ରତିନିଧି ଦଳ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ଛାତ୍ର ବିଜେଡି ରାଜ୍ୟ ସଂପାଦକ ଭବାନୀ ଶଙ୍କର ଦାଶ, ନଗର ଉପସଭାପତି ରାଜେନ୍ଦ୍ର ରଣା, ଦିଲ୍ଲୀପ ଜେନା, ତ୍ରିଲୋଚନ ପଣ୍ଡା, ସାଧାରଣ ସଂପାଦକ ତାପସ ମହାନ୍ତି, ବିଧାୟକଙ୍କ ପ୍ରତିନିଧି ସୁବ୍ରତ ଘଡ଼ାଇ, କଳ୍ପନା ଜେନା, ପୁଷ୍ପଲତା ସାହୁ, ମାନବେସ ରାୟ, ବିଭୂତି ସ୍ୱାଇଁ, ପ୍ରଭାତ ଜେନା, ଚିନ୍ମୟ ଦାସ, ରୁଦ୍ରନାରାୟଣ ମହାପାତ୍ର, ଦୀପକ ସୁକ୍ଳା, ବିଶ୍ୱରଂଜନ ଖୁଣ୍ଟିଆ, ଗୁରୁଦତ୍ତ ମହାନ୍ତି, ଯୁଧିÂିର ବିଶ୍ୱାଳ, ସୌମିତ ସାମଲ୍, ଅନିଲ ବାରିକ ଓ ସୀମାଞ୍ଚଳ ବାରିକ ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.