ବାଲେଶ୍ୱର,(ବି.ବି.ନୁ୍ୟଜ୍): ବିଜୁ ମହିଳା ଜନତା ଦଳ ପକ୍ଷରୁ ସୋମବାର ବାଲେଶ୍ୱର ମୁ୍ୟନିସିପାଲିଟି ଅନ୍ତର୍ଗତ ୭ ନମ୍ବର ୱାର୍ଡରେ ଏକ ବୈଠକ ଅନୁÂିତ ହୋଇଯାଇଛି । ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । କୋଭିଡ୍ ନିୟମର ସମସ୍ତ ନୀତିନିୟମକୁ ପାଳନ କରି ଏହି ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ରାଜ୍ୟ ସାଧରଣ ସମ୍ପାଦିକା ଶ୍ରଦ୍ଧାଞ୍ଜଳି ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ସେ କହିଥିଲେ, ବିଜେଡି ସରକାର ସର୍ବଦା ମହିଳାଙ୍କ ଉପରେ ଗୁରୁତ୍ୱ ଦେଉଛି । ମହିଳାମାନେ କିପରି ନିଜକୁ ସୁରକ୍ଷିତ ମନେ କରିବେ ସେନେଇ ବିଭିନ୍ନ ପ୍ରକାର ଯୋଜନା କରାଯାଇଛି । ମହିଳାଙ୍କ ହାତ ମୁଠାକୁ ଅଧିକ ଟାଣ କରିବା ପାଇଁ ଆଗାମୀ ଉପନିର୍ବାନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କୁ ବିଜୟୀ କରାଇବା ପାଇଁ ସେ ନିବେଦନ କରିଥିଲେ । ଏହି ବୈଠକରେ ଷ୍ଟେଟ୍ ଲିଗାଲ ସେଲର ଅଶୋକ ସ୍ୱାଇଁ, ଅଶିଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ଶତାଧିକ ସ୍ୱୟଂ ସହାୟିକା ଗୋÂୀର ମହିଳାମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.