ବିଜୁ ଯୁବ ଓ ଛାତ୍ର ଜନତାର ମିଶ୍ରଣ ପର୍ବ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଶୁକ୍ରବାର ଏଠାରେ ଏକ ମିଶ୍ରଣ ପର୍ବ ଅନୁÂିତ ହୋଇଯାଇଛି । ଉମରକୋଟ ପୌର ପରିଷଦ ଅଞ୍ଚଳରୁ ୨୫୦ ରୁ ଅଧିକ କର୍ମୀ ଏହି ଅବସରରେ ଦଳରେ ସାମିଲ ହୋଇଛନ୍ତି ।
ସୂଚନା ଅନୁସାରେ, ନବରଙ୍ଗରପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ବାସଭବନରେ ଏହାର ଆୟୋଜନ କରାଯାଇଥିଲା । ଛାତ୍ର ଜନତା ଦଳ ସଭାପତି ସୁଧାଂଶୁ ଦାସ ଏହାର ନେତୃତ୍ୱ ନେଇଥିଲେ । ଆଗାମୀ ଦିନରେ ଉମରକୋଟ ସହର ସମେତ ନବରଙ୍ଗପୁର ଜିଲ୍ଲାର ପ୍ରତି ବ୍ଲକ ଓ ଗ୍ରାମରେ କିପରି ବିକାଶମୂଳକ କାମ ତ୍ୱରାନ୍ୱିତ ହେବ ସେ ନେଇ ଆଲୋଚନା ହୋଇଛି । ଯୁବ କର୍ମୀମାନେ ଏଥିପାଇଁ ଶପଥ ନେବା ସହ ମିଳିମିଶି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସଭାରେ ମୁଖ୍ୟ ଅତିଥିଭାବେ ସାଂସଦ ଶ୍ରୀ ମାଝି ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଝାଡେଶ୍ୱର ମହାନ୍ତି, ଜିଲ୍ଲା ସଂଯୋଜକ ପ୍ରମୋଦ ପାଢି, ବରିÂ ନେତା କାଳୁ ପଣ୍ଡା, ନଗର ସଭାପତି କୈଳାସ ନାୟକ, ଯୁବ ସଭାପତି ବିକି ନାୟକ, ଛାତ୍ର ଉପସଭାପତି ହିମାଂଶୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons