ବୈପାରିଗୁଡା,(ବି.ବି.ନୁ୍ୟଜ୍): ବିଜେଡି ପକ୍ଷରୁ ସାଙ୍ଗଠନିକ ପଦଯାତ୍ରା ଅନୁÂିତ ହୋଇଯାଇଛି । ପଦଯାତ୍ରାରେ ସ୍ଥାନୀୟ ବିଧାୟିକା ତଥା ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ବାଲିଗାଁ ପଞ୍ଚାୟତ ଜୁରିଆଗୁଡାଠାରୁ ବାଲିଗାଁ ପର୍ଯ୍ୟନ୍ତ ୩ କିମି ରାସ୍ତା ଚାଲିବା ପରେ ବାଲିଗାଁର ସାଧାରଣସଭାରେ ସମସ୍ତେ ଏକାଠି ହୋଇଥିଲେ । ମନ୍ତ୍ରୀ ଶ୍ରୀମତୀ ଦିଆନ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ବିଜୟ ସାମନ୍ତରା, ସାଥୀରାମ ଗୌଡ, ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ବରିÂକର୍ମୀ ମନୋଜକୁମାର ମହାପାତ୍ର, ଜଗଦୀଶ ଜେନା, ବୈକୁଣ୍ଠ ରାଓ, ବ୍ଲକ ଯୁବ ବିଜେଡି ସଭାପତି ବିଶ୍ୱଜିତ୍ ନାୟକ, ଦାମ୍ଭିକ ପ୍ରସାଦ, ପ୍ରଫୁଲ୍ଲ ପ୍ରଧାନ, ପ୍ରଦୀପକୁମାର ଗୌଡ, ବୁଲା ସାହୁ, କୃଷ୍ଣଚନ୍ଦ୍ର ନାୟକଙ୍କ ସହ ଦଣ୍ଡାବାଡି, ପେନ୍ଦାପଡା ସରପଞ୍ଚ ଓ ସମତି ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.