ବିଜେଡି ନେତାଙ୍କୁ ପ୍ରଶଂସା କଲେ ନିରଞ୍ଜନ

Get real time updates directly on you device, subscribe now.

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଗତକାଲି ଆମ୍ବୁଲାନ୍ସରେ ତେଲ ସରିବା ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି, ତାହା ତଳ ସ୍ତରରେ କାର୍ୟ୍ୟକାରି ହେଉନାହିଁ । ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି କେବଳ ପବ୍ଲିସିଟି ପାଇଁ, ଆନ୍ତରିକତା ନାହିଁ । ବିଜେଡି ନେତାଙ୍କୁ ପ୍ରଶଂସା କଲେ ନିରଞ୍ଜନ । ବିଜେଡି ନେତାମାନେ ବିଜେପୁରରେ ପଡିରହି କର୍ତ୍ତବ୍ୟ କରୁଛନ୍ତି । ସେମାନଙ୍କଠାରୁ କିଛି ଶିଖିବା କଥା ବୋଲି ନିରଞ୍ଜନ କହିଛନ୍ତି ।
ସେହିପରି ଖଣି ନିଲାମ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ । ରାଜ୍ୟ ସରକାର ୭୦ ପ୍ରତିଶତ ଖଣି ନିଜ ହାତରେ ରଖନ୍ତୁ । ଖଣି ହିଁ ଓଡିଶାର ପାଣ୍ଠି, ନଚେତ୍ ଓଡ଼ିଶାର ଭବିଷ୍ୟତ ଅନ୍ଧକାର । ରାଜ୍ୟ ସରକାର ଖଣିର ପରିଚାଳନା ପାଇଁ ଆବଶ୍ୟକ ହେଲେ ଆଉ ଗୋଟିଏ ନିଗମ କରନ୍ତୁ । ଯେ ପର୍ୟ୍ୟନ୍ତ ଓଡ଼ିଶା ସରକାରଙ୍କ ହାତରେ ଖଣି ନଥିବ, ବଡ ଇସ୍ପାତ କାରଖାନା ଏଠି ହେବ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons