ବିଜେଡି ନେତାଙ୍କ ନାଁରେ ଏତଲା

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ମହାତ୍ମା ଗାନ୍ଧିଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢିଙ୍କ ଅଡୁଆ ବଢିବାରେ ଲାଗିଛି । ଶନିବାର ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକଙ୍କ ନେତୃତ୍ୱରେ ନଗର ସଭାପତି ଲାଲୁ ତ୍ରିପାଠୀ, ଦିଲ୍ଲୀପ ବେହେରା, କୁନା ପାଢି, ପରୀ ସାହୁ ପ୍ରମୁଖଙ୍କ ସହ ଦଳୀୟ କର୍ମୀ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।
ଏତଲାରେ ଦଳ କହିଛି, କିଛି ଦିନ ତଳେ ବିଜେଡିର ଦଳୀୟ ସଭାରେ ଶ୍ରୀ ପାଢି ସାଂସଦ ଶ୍ରୀ ମାଝି ମହାତ୍ମା ଗାନ୍ଧିଙ୍କଠାରୁ ମହାନ୍ ବୋଲି ଚିତ୍ରଣ କରିଥିଲେ । ଗାନ୍ଧି ବିଡି, ସିଗାରେଟ୍ ପିଉଥିଲେ କିନ୍ତୁ ଶ୍ରୀ ମାଝିଙ୍କର ଏଭଳି ଅଭ୍ୟାସ ନାହିଁ ବୋଲି କହିଥିଲେ । ଏହାକୁ ନେଇ ଗାନ୍ଧି ପ୍ରେମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିସ୍ଥଳେ, ଶ୍ରୀ ପାଢିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଦଳ ଦାବି କରିଛି । ମହାତ୍ମାଗାନ୍ଧିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢିଙ୍କ ବିରୋଧରେ ଏଠାରେ କଂଗ୍ରେସ ପକ୍ଷରୁ ସିଂଶାରୀ ଥାନାରେ ଏତଲା ଦିଆଯାଇଛି । ତୁରନ୍ତ କାର୍ଯ୍ୟାନୁÂାନ ନେବା ସହ ଶ୍ରୀ ପାଢିଙ୍କୁ ଗିରଫ କରିବାକୁ ଦଳ ଦାବି କରିଛି । ବ୍ଲକ କଂଗ୍ରେସ ସଭାପତି କୃଷ୍ଣ ମାଝିଙ୍କ ନେତୃତ୍ୱରେ ଉଲଧର ମାଝି, କପୁର ଚନ୍ଦ୍ର ନାୟକ, ବିଦ୍ୟାଧର ପୂଜାରୀ, ନୀଳଧର ପୂଜାରୀ, ପର୍ଶୁରାମ ଭତ୍ରା ଓ ଅନ୍ୟ କର୍ମୀମାନେ ଥାନାରେ ପହଞ୍ଚି ଏତଲା ଦାଖଲ କରିଛନ୍ତି ।
ସୂଚନାଯୋଗ୍ୟ, ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ବାସଭବନରେ ଆୟୋଜିତ ବିଜେଡି କାର୍ଯ୍ୟକ୍ରମରେ ଶ୍ରୀ ପାଢି ଏଭଳି ମନ୍ତବ୍ୟ ଦେଇଥିଲେ । ଶ୍ରୀ ପାଢି ଶ୍ରୀ ମାଝିଙ୍କୁ ମହାତ୍ମାଗାନ୍ଧିଙ୍କଠାରୁ ମହାନ କହିବା ସହ ଜାତିର ପିତାଙ୍କ ଚରିତ୍ର ସଂହାର କରିଥିଲେ । ଶ୍ରୀ ମାଝିଙ୍କୁ ଶ୍ରୀ ପାଢି ମହାପୁରୁଷ ବୋଲି କହିଥିଲେ । ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା । ଶ୍ରୀ ପାଢିଙ୍କ ମନ୍ତବ୍ୟ ଭାରତର ଜାତୀୟତା ପ୍ରତି କୁଠାରଘାତ କରିଛି ବୋଲି କଂଗ୍ରେସ କହିଛି । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ପ୍ରତିନିଧି ତଥା ବିଜେଡି ସଂଯୋଜକ ପ୍ରମୋଦ କୁମାର ପାଢିଙ୍କ ବିରୋଧରେ ଝରିଗାଁ ଥାନାରେ ଅଭିଯୋଗ ହୋଇଛି । ବ୍ଲକ କଂଗ୍ରେସ ପକ୍ଷରୁ ଏହି ଏତଲା ଦିଆଯାଇଛି । ଶ୍ରୀ ପାଢି ମହାତ୍ମାଗାନ୍ଧିଙ୍କ ଚରିତ୍ରକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଦଳ ତୁରନ୍ତ କାର୍ଯ୍ୟାନୁÂାନ ଦାବି କରିଛି ।
ଦଳ କହିଛି, ବିଜେଡିର ଏକ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀ ପାଢି ଶ୍ରୀ ମାଝିଙ୍କୁ ମହାପୁରୁଷ ବୋଲି କହିବା ସହ ସେ ମହାତ୍ମାଗାନ୍ଧିଙ୍କଠାରୁ ମହାନ ବୋଲି କହିଥିଲେ । ଗାନ୍ଧି ପିଲାବେଳ ସିଗାରେଟ, ବିଡି ପିଉଥିବା ବେଳେ ଶ୍ରୀ ମାଝିଙ୍କର ଏଭଳି ବଦଭ୍ୟାସ ନାହିଁ ବୋଲି କହିଥିଲେ । ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା । ଏହାର ଏକ ଭିଡିଓ ଭାଇରାଲ୍ ହେବା ପରେ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ଥାନାରେ ଏତଲା ବେଳେ କଂଗ୍ରେସର ଝରିଗାଁ ବ୍ଲକ ସଭାପତି ତମ୍ବଦାସ ପନକା, ଖେମରାଜ ବାଘ, ପ୍ରସନ୍ନ ମାଝି, ଝିନ୍ନବାସ ଚୌଧୁରୀ, ବଂଶୀଧର ପନକା, ତୁଳସୀଦାସ ପନକା, ପ୍ରଭାତୀ ଜେନା, ଧନସିଂ ଗୌଡ, ମଣ୍ଟୁ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons