ବାଲେଶ୍ୱର,(ବି.ବି.ନୁ୍ୟଜ୍):ବିଭିନ୍ନ ସାମାଜିକ ଗଣମାଧ୍ୟରେ ପ୍ରଚାର ହେଉଥିବା ବିଭିନ୍ନ ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଦେଉଥିବା କହିବା ସହ ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଆହ୍ୱାନ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ସୋମବାର ପୂର୍ବାହ୍ନରେ କଳିଙ୍ଗ ହୋଲେଟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଜେନା କହିଥିଲେ, ସଦର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଘୋଷଣାକୁ ନେଇ ଦଳରେ ଅସନ୍ତୋଷ ଲାଗି ରହୁଥିବା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ବିଜେଡି ଏକ ଶୃଙ୍ଖଳିତ ଦଳ । ଦଳର ନେତା ନବୀନ ପଟ୍ଟନାୟଙ୍କ ଯେଉଁ ନିଷ୍ପତ୍ତି ନେବେ ତାହା ଶେଷ ନିଷ୍ପତ୍ତି । ତାହାକୁ ମାନିବା ଉଚିତ । ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ତାହାକୁ ମାନୁଛି । ମାତ୍ର ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଭ୍ରମାତ୍ମକ ଖବରମାନ ପ୍ରକାଶ ହେଉଛି । ଏହାର କିଛି ସତ୍ୟାସତ୍ୟ ନାହିଁ ।
ସେ ଆହୁରି କହିଥିଲେ, ଦଳୀୟ ନେତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କୁ ବିଜୟୀ କରିବା ଆମ ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ହେବ । ଆସନ୍ତା ସାଧାରଣ ନିର୍ବାଚନ ହେବାକୁ ଆହୁରି ସାଢେ଼ତିନି ବର୍ଷ ବାକି । ଏହି ସମୟ ଭିତରେ ନିର୍ବାଚନମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ବିଜେଡି ପ୍ରାର୍ଥୀ ଶ୍ରୀ ଦାସଙ୍କୁ ବିଜୟୀ କରାଇବା ପାଇଁ ସେ ଅନୁରୋଧ କରିଥିଲେ । ଏହା ସହ ସେ ଆହୁରି କହିଥିଲେ, ଦଳ ମଧ୍ୟରେ କୌଣସି ଗୋÂୀ କନ୍ଦଳ ନାହିଁ । ସମସ୍ତେ ଏକପ୍ରାଣ, ଏକ ମନ ହୋଇ ଶ୍ରୀ ଦାସଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ଆଗାମୀ ଦିନରେ ପ୍ରଚାର କାର୍ଯ୍ୟକୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ, ସଦର ଉପନିର୍ବାଚନ ଆଶାୟୀ ପ୍ରାର୍ଥୀ ତାଲିକାରେ ଶ୍ରୀ ଜେନା ଓ ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ଆଗରେ ଥିଲେ । ତେବେ ଶ୍ରୀ ଦାସଙ୍କୁ ଟିକଟ ମିଳିବା ପରେ ଶ୍ରୀ ଜେନାଙ୍କ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ଶ୍ରୀ ଜେନା କିମ୍ବା ତାଙ୍କ ଧର୍ମପତ୍ନୀଙ୍କୁ ଟିକଟ ଦେବାକୁ ସେମାନେ ଦାବି କରିଥିଲେ । ନିଷ୍ପତ୍ତିର ପୁନର୍ବିାଚର ନ ହେଲେ ସେମାନେ ବିରୋଧ କରିବେ ବୋଲି କହିଥିଲେ । ଆଗାମୀ ଦିନରେ ସେମାନଙ୍କ ସମର୍ଥକଙ୍କ କାର୍ଯ୍ୟକଳାପ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଥିଲେ. ନିଜର ନେତାଙ୍କୁ ଟିକଟ ନ ମିଳିଲେ କର୍ମୀଙ୍କ ମନ ନିଶ୍ଚିତ ଦୁଃଖ ହେବ । ତେବେ ଏବେ ସମସ୍ତ କର୍ମୀଙ୍କୁ ବୁଝାଯାଇଛି । ସେମାନେ ମଧ୍ୟ ବୁଝିଛନ୍ତି । ପୂର୍ବଭଳି ସେମାନେ ଦଳ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବୋଲି ସେ କହିଥିଲେ ।
ଶ୍ରୀ ଜେନାଙ୍କ ଭଳି ପୂର୍ବତନ ସଦର ବିଧାୟକ ଶ୍ରୀ ଦାଶ ମଧ୍ୟ ସମାନ କଥା କହିଥିଲେ । ଦଳ ଭିତରେ ଗୋÂୀ କନ୍ଦଳ ଥିବା ଭଳି ଯେଉଁ ଖବର ପ୍ରକାଶିତ କରାଯାଉଛି ତାହା ସମ୍ପୂର୍ଣ୍ଣ ମିଛ । ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଦଳୀୟ ପ୍ରର୍ଥୀଙ୍କୁ ନିଶ୍ଚିତ ଭାବେ ବିଜୟୀ କରାଇବାକୁ ଆମେ ଅଣ୍ଟା ଭିଡୁଛୁ ବୋଲି ସେ କହିଥିଲେ । ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ଜେନା ବିଜେପିକୁ ଟାର୍ଗେଟ କରିବାକୁ ପଛାଇ ନ ଥିଲେ । ସେ କହିଥିଲେ, ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ପୂର୍ବରୁ ଯେତିକି ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା ସେତିିକିରେ ବ୍ରେକ୍ ଲାଗିଛି । ବିଗତ ଦେଢ଼ବର୍ଷ ଭିତରେ ବିକାଶ କାର୍ଯ୍ୟକ୍ରମ ଏକପ୍ରକାର ଠପ୍ ହୋଇଯାଇଛି । ୨୦୧୯ରେ ଏଠାରୁ ନିର୍ବାଚିତ ହୋଇଥିବା ବିଧାୟକ ଏହି ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିନଥିଲେ । ବିକାଶମୂଳକ କାର୍ଯ୍ୟରେ ସରକାରଙ୍କୁ ଯେମିତି ସହଯୋଗ କରିବା କଥା ତାହା ମଧ୍ୟ କରି ନ ଥିଲେ । ବିକାଶଧାରା ତ୍ୱରାନ୍ୱିତ କରିବା ପାଇଁ ପୁନଶ୍ଚ ବିଜେଡି ପ୍ରାର୍ଥୀ ଶ୍ରୀ ଦାସଙ୍କୁ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଥିଲେ ।
Comments are closed, but trackbacks and pingbacks are open.