ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଘାତକ ହେଲା କୁବେର ଆଇଏଫ୍ଏସ୍ ଅଫିସର୍ ଅଭୟକାନ୍ତ ପାଠକଙ୍କ ସହ ସଂପର୍କ । ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ।
କାରଣ ଦିଆଯାଇଛି, ଜନ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶାନୁସାରେ ଏପରି କାର୍ଯ୍ୟାନୁÂାନ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ଏଭଳି କାରଣ ପାଇଁ ଜଣେ ବିଧାୟକ ସିଧାସଳଖ ଦଳରୁ ତଡ଼ା ଖାଇବା ସମ୍ଭବତଃ ପ୍ରଥମ ଘଟଣା । ପୂର୍ବରୁ ବିଭିନ୍ନ ଘଟଣାରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିି ନେତାଙ୍କୁ ନିଲମ୍ବନ କିମ୍ବା ବହିଷ୍କାର କରାଯାଇଥିବା ଉଦାହରଣ ରହିଛି । କିନ୍ତୁ ପ୍ରଦୀପଙ୍କ ମୁଣ୍ଡରେ ‘ଜନବିରୋଧୀ’ କାର୍ଯ୍ୟର ଆରୋପ ଲଦାଯାଇଛି ।
ଦଳ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ରାଜ୍ୟବାସୀ ଏବଂ ଜନକଲ୍ୟାଣ କାମ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ । ଜନତା ହିଁ ସବୁ ପ୍ରାଥମିକତା ଆଗରେ । ଜନ ବିରୋଧୀ କାର୍ଯ୍ୟକୁ ନବୀନ କେବେ ବି ବରଦାସ୍ତ କରିବେ ନାହିଁ, ଆଉ ଯିଏ ଏଥିପାଇଁ ଦାୟୀ ତାଙ୍କୁ କ୍ଷମା କରାଯିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ଆଭିମୁଖ୍ୟ ପାଇଁ ହିଁ ରାଜ୍ୟବାସୀ ତାଙ୍କୁ ଲଗାତାର ଆଶୀର୍ବାଦ କରି ଆସୁଛନ୍ତି ।
ହେଲେ କେଉଁ ନିର୍ଦ୍ଧିଷ୍ଟ ଜନ ବିରୋଧୀ କାର୍ଯ୍ୟ ପାଇଁ ଜଣେ ବରିÂ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଗଲା ସେ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ । ପ୍ରଦୀପ ଏକଦା ମୁଖ୍ୟମନ୍ତ୍ରୀଙ୍କର ଖାସ୍ ପ୍ରିୟ ଥିଲେ । ଗତ ବିଧାନସଭାରେ ସେ ଉଚ୍ଚଶିକ୍ଷା, ବିଜ୍ଞାନ ଓ କାରିଗରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଥିଲେ । ୨୦୧୭ ମେ ମାସରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳରେ ସେ ବାଦ୍ ପଡ଼ିଥିଲେ ମନ୍ତ୍ରୀ ପଦରୁ । ୨୦୦୯ ମସିହାରୁ କ୍ରମାଗତ ତିନି ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ।
ବହିଷ୍କାରର କାରଣ କୁହାଯାଇ ନ ଥିଲେ ମଧ୍ୟ ଏକଥା ସ୍ପଷ୍ଟ ଯେ ଜେଲ୍ରେ ଥିବା ଆଇଏଫ୍ଏସ୍ ଅଭୟକାନ୍ତଙ୍କ ସହ ତାଙ୍କ ଘନିÂତା ଯୋଗୁଁ ନବୀନ ଏ ପଦକ୍ଷେପ ନେଇଛନ୍ତି । ଆମାପ ସମ୍ପତ୍ତି ଠୁଳ କରିଥିବା ଅଭୟ ଏବଂ ତାଙ୍କ ପୁଅ ଆକାଶ ଗିରଫ ହୋଇ ଏବେ ଜେଲ୍ରେ ଅଛନ୍ତି । ଆକାଶଙ୍କ ସହ ପ୍ରଦୀପଙ୍କ ଝିଅର ବାହାଘର ଡିସେମ୍ବରରେ ହେବାର ଥିଲା ।
ଆକାଶଙ୍କ ବିରୋଧରେ ମଧ୍ୟ ଠକେଇ ଓ ଜାଲିଆତି ଭଳି ବହୁ ଅଭିଯୋଗ ରହିଛି । ଟାଟା ମୋଟର୍ସ ନାଁରେ ଆକାଶ ଜାଲ୍ ପରିଚୟ ପତ୍ର ବ୍ୟବହାର କରିବା ସହିତ ଚାକିରି ଦେବାକୁ କହି ଲୋକଙ୍କୁ ଠକିଥିବାର ଅଭିଯୋଗ ହୋଇଛି । ଗୋପାଳପୁର ନିର୍ବାଚନମଣ୍ଡଳୀର ଲୋକେ ଏହି ଠକେଇର ଶିକାର ହୋଇଥିବା ବେଳେ ଏଥିରେ ବିଧାୟକ ଡ. ପାଣିଗ୍ରାହୀଙ୍କ ସମ୍ପୃକ୍ତି ନେଇ ସନେ୍ଦହ ଉଠିଛି, ଯଦିଓ ଏ ନେଇ ଏଯାଏ ବିଧିବଦ୍ଧ ଏତଲା ଦାୟର ହୋଇ ନାହିଁ ।
ଭିଜିଲାନ୍ସକୁ କିନ୍ତୁ ପ୍ରମାଣ ମିଳିସାରିଛି ଯେ ଅଭୟକାନ୍ତ ଯେଉଁ ଚାର୍ଟର୍ଡ ଫ୍ଲାଇଟ୍ରେ ଘନଘନ ଉଡ଼ୁଥିଲେ, ସେଥିରେ ପ୍ରଦୀପ ଏବଂ ତାଙ୍କ ପରିବାର ବି ଯାତ୍ରା କରିଥିଲେ । ମିଳିଥିବା ସୂଚନା ଅନୁସାରେ ଗତ ଅଗଷ୍ଟ ମାସରେ ୪ ଥର ପ୍ରଦୀପ ଏବଂ ତାଙ୍କ ପରିବାର ଅଭୟଙ୍କ ସହ ଚାର୍ଟର୍ଡ ଫ୍ଲାଇଟ୍ରେ ଉଡ଼ିଥିଲେ । ଅଭୟ ଏବଂ ଆକାଶଙ୍କ ଅୟସରେ ପ୍ରଦୀପ କେତେ ସାମିଲ ଥିଲେ ସେ ସମ୍ପର୍କରେ ଭିଜିଲାନ୍ସ ଅଧିକ ତଥ୍ୟ ଯୋଗାଡ଼ କରୁଛି ।
Comments are closed, but trackbacks and pingbacks are open.