ଭୁବନେଶ୍ବର: ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେଡିର ସଂଗଠନ ସଂପାଦକ ନିଯୁକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଔପଚାରିକ ଭାବେ ବିଜେଡିର ସଭାପତି ନିର୍ବାଚନ ହେବା ପରେ ନବୀନ ବିଜୁ ଜୟନ୍ତୀରେ ଏହି ଘୋଷଣା କରିଛନ୍ତି ।
୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଓ ଉପ-ନିର୍ବାଚନରେ ପ୍ରଣବଙ୍କ କାର୍ୟ୍ୟଦକ୍ଷତା ନେଇ ଏପରି ଗୁରୁଦାୟିତ୍ବ ଦେଇଥିବା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଏହା ସହ ରାଜ୍ୟ କାର୍ୟ୍ୟାଳୟରେ ଏହି ଘୋଷଣା କରି ନବୀନ ପ୍ରଣବ ପ୍ରକାଶ ଦଳରେ ତାଙ୍କ ପରେ ନମ୍ବର ଟୁ ବୋଲି ବାର୍ତ୍ତା ବି ଦେଇଛନ୍ତି।
ବିଜେଡି ଗଠନ ହେବା ପରଠୁ ଏଭଳି ପଦବୀ ଦଳରେ ସୃଷ୍ଟି ହୋଇନଥିଲା । ଏହି ପଦବୀ ପାଇବାରେ ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ପ୍ରଥମ ଯୁବ ନେତା । ୨୦ ବର୍ଷ ଧରି ବିଜେଡି ରାଜ୍ୟ କ୍ଷମତାରେ ଅଛି । ଦଳକୁ ଲୋକଙ୍କ ନିକଟତର ହେବାକୁ ଗୁରୁତ୍ବ ଦେଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିଲାଗି ଦଳରେ ଯୁବ ନେତାଙ୍କୁ ଅଗ୍ରାଧୀକାର ଦେଉଛନ୍ତି । ସେପଟେ ନବୀନଙ୍କ ଏପରି ନିଷ୍ପତ୍ତି ସଙ୍ଗଠନକୁ ଆହୁରୀ ଅଧିକ ମଜଭୁତ କରିବ ବୋଲି ସବୁ ବର୍ଗର ନେତା ଯୁକ୍ତି ବାଢିଛନ୍ତି ।
ବିଜେଡି ଗଠନ ହେବା ପରେ ଦଳରେ କେବଳ କାର୍ୟ୍ୟକାରୀ ସଭାପତି , ମହାସଚିବ ପଦ ସହ ବିଜେଡି ଆଫେୟାର୍ସ ପଦ ସୃଷ୍ଟି କରି ଦଳ ନେତାଙ୍କୁ ଦାୟିତ୍ବ ଦେଇଥିଲେ ନବୀନ । ହେଲେ ସେ ସବୁ ପଦ ଦଳରେ ଆଉ ନାହିଁ, ଏବେ ନୂଆ ସଂଗଠନ ସଂପାଦକ ପଦ ସୃଷ୍ଟି କରି ନବୀନ ସଙ୍ଗଠନକୁ ଆଗକୁ ନେବାକୁ ଯୁବ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ।
Comments are closed, but trackbacks and pingbacks are open.