ବିଜେପିରୁ ବିଶ୍ୱ ଇସ୍ତଫା ଦେଲେ

Get real time updates directly on you device, subscribe now.

ବରୀ,(ବି.ବି.ନୁ୍ୟଜ): ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଭ୍ୟ ତଥା ବରୀର ୨୦୧୯ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱ ମଲ୍ଲିକ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୩ ବର୍ଷ ତଳେ ବିଜେପିରେ ମିଶିଥିବା ବିଶ୍ୱଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଭଞ୍ଜ ଓ ୨୪ନଂ ଜିଲ୍ଲାପରିଷଦ ସଭ୍ୟା ରଞ୍ଜିତା ସାମଲ ମଧ୍ୟ ବିଜେପିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି । ବରୀର ଏହି ବରିÂ ବିଜେପି ନେତୃବୃନ୍ଦ ମିଳିତଭାବେ ସେମାନେ ଏକ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ପଠାଇଛନ୍ତି । ଦଳରେ ଦିଆଯାଇଥିବା ଗୁରୁ ଦାୟିତ୍ୱକୁ ବହନ କରିବାକୁ ଅସମର୍ଥ ହେବାରୁ ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ପତ୍ରରେ ଉଲ୍ଲେଖ କରାଯାଇଛି ।
୨୦୧୪ରେ ବିଶ୍ୱ ମଲ୍ଲିକ କଂଗ୍ରେସରୁ ପ୍ରାର୍ଥୀ ହୋଇ ନ ପାରି ସ୍ୱାଧୀନ ପ୍ରାର୍ଥୀ ଭାବେ ବରୀ ବିଧାନସଭା ନିର୍ବାଚନରେ ଦମଦାର ଲଢେ଼ଇ କରିଥିଲେ । ୨୦୧୭ ପଞ୍ଚାୟତ ନିର୍ବାଚନ ବେଳକୁ ବିଜେପି ସହ ବିଶ୍ୱ ଅଘୋଷିତ ସନ୍ଧି କରି ବରୀ ବ୍ଲକ୍ ଅଧ୍ୟକ୍ଷ ପଦ ହାସଲ କରିବା ସହ, ନିର୍ବାଚନ ମଣ୍ଡଳୀରେ ୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟ ବିଜେପି ପାଇଁ ଅକ୍ତିଆର କରିଥିଲେ । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଶ୍ୱ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇ ବିଜେପିର ବିଧାୟକ ପ୍ରାର୍ଥୀ ହେବା ସହ ମାତ୍ର ୪ ହଜାର ଭୋଟ୍ ବ୍ୟବଧାନରେ ହାରିଯାଇଥିଲେ । ବିଧାନସଭା ନିର୍ବାଚନ ପରଠାରୁ ବିଶ୍ୱ ବିଭିନ୍ନ କାରଣରୁ ବିଜେପିରେ କୋଣଠେସା ହୋଇ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା । ଶେଷରେ ବିଶ୍ୱ ବିଜେପିରୁ ଆଜି ଥାଟବାଟ ସହ ଇସ୍ତଫା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୁଚନା ମୁତାବକ, ନଭେମ୍ବର ମାସ ପ୍ରଥମ ସପ୍ତାହ ମଧ୍ୟରେ ବିଶ୍ୱ ବିଜେଡିରେ ଆନୁÂାନିକ ଭାବେ ଯୋଗ ଦେବେ । ବିଶ୍ୱଙ୍କ ବିଜେପି ଛାଡ଼ିବା ପରେ, ବରୀ ବିଜେପିରେ ସଂକଟ ଘନେଇ ଯାଇଛି । ଜିଲ୍ଲା ବିଜେପିରେ ମଧ୍ୟ ବିଶ୍ୱଙ୍କ ଇସ୍ତଫା ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons