ବିଜେପିରେ ମିଶିଲେ ବ୍ୟବସାୟୀ ଅଶୋକ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବ୍ୟବସାୟୀ ତଥା ଓକିଲ ସଂଘର ପୂର୍ବତନ ସଭାପତି ଆଶୋକ ମିଶ୍ର ଆଜି ବିଜେପିରେ ଯୋଗଦେଇଛନ୍ତି । ସ୍ଥାନୀୟ ଏକ ହୋଟେଲରେ ଶ୍ରୀ ମିଶ୍ରଙ୍କ ସହ ଆଇନଜୀବୀ ଗଙ୍ଗାଧର ନାୟକ, ସଞ୍ଜୀବ ବେହେରା, ସଞ୍ଜୟ କଚିମ, ଦୀନେଶ କମାର, ପ୍ରକାଶ ଗୌଡ, ପଦଲମ୍ ପେଣ୍ଠିଆ ପ୍ରମୁଖ ବିଜେପିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । ଘୋଷଣା ସମୟରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ, ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ରାଜ୍ୟ ସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟ, ବୈଦ୍ୟନାଥ ମିଶ୍ର, ସାଧୁଚରଣ ଦାଶଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପିରେ ମିଶିବା ପରେ ଶ୍ରୀ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ଦେଶର ସୁରକ୍ଷା ଏବେ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ନହେଲେ ଦେଶରେ ତାଲିବାନ ଶାସନ ଚାଲିବ । କେବଳ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଶାସନ ଦେଇପାରିବେ । ଏଥିପାଇଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛନ୍ତି । ୧୯୮୫ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସରେ ଥିଲେ । ପରବର୍ତ୍ତି ସମୟରେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ସେମାନଙ୍କ ସହ ଖାପଖୁଆଇ ପାରିଲେନି । ବିଜେପିରେ ଏବେ ସକ୍ରିୟ ଭାବେ କାମ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons