ବିଜେପିରେ ସାମିଲ ହେଲେ ୮୨

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ୮୨ ଜଣ ସାମିଲ ହୋଇଛନ୍ତି । ସେମାନେ ଦଳ ଲାଗି ଅଗାମୀ ଦିନରେ କାମ କରିବେ ବୋଲି ଶପଥ ନେଇଥିବା ଦଳୀୟ କର୍ମକର୍ତ୍ତା କହିଛନ୍ତି । ବୋରିଗୁମ୍ମା ବ୍ଲକ କାଠରଗଡ଼ା ପଞ୍ଚାୟତରେ ଅନୁÂିତ ହୋଇଥିଲା ଏହି ମିଶ୍ରଣ ପର୍ବ ।
କାଠରଗଡ଼ାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ସକ୍ରିୟ ଯୁବନେତା ଗୌତମ ସାମନ୍ତରାୟ । ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ଲାଗି ସେ ଆହ୍ୱାନ ଦେଇଥିଲେ । ଦଳୀୟ କର୍ମୀମାନେ ଏକାଠି ହୋଇ କାମ କଲେ ବିଜେପିକୁ କେହି ରୋକିପାରିବେନି ବୋଲି କହିଥିଲେ । ଏହି ଅବସରରେ ପଞ୍ଚାୟତର ବିଭିନ୍ନ ଗାଁର ୮୨ ଜଣ ମହିଳା ଓ ଯୁବକ ଦଳରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଦ୍ୱାରା ସେମାନେ ଆକୃଷ୍ଟ ହୋଇ ଦଳରେ ଯୋଗ ଦେଇଥିବା କହିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରମୁଖ ନୀଳକଣ୍ଠ ନାୟକ, ବରିÂ ନେତା ଗୋବିନ୍ଦ ଚନ୍ଦ୍ର ଦାଶ, ଗୌରୀଶଙ୍କର ଷଢଙ୍ଗୀ, ଆର୍ତ୍ତ ଭାଇ ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons