ବିଜେପିର ଅମୃତ ମହୋତ୍ସବ

Get real time updates directly on you device, subscribe now.

ପାପଡାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ):ସ୍ଥାନୀୟ ସହିଦ ସ୍ମୃତିସ୍ତମ୍ଭ ନିକଟରେ ଶନିବାର ବିଜେପି ପକ୍ଷରୁ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସହିଦଙ୍କୁ ପୁଷ୍ପମାଲ୍ୟାର୍ପଣ କରାଯିବା ସହ ଭକ୍ତି ସଙ୍ଗୀତ ଗାନ କରାଯାଇଛି ।
ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋୟୀ ଏହାର ନେତୃତ୍ୱ ନେଇଥିଲେ । ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଗୌରୀଶଙ୍କର ମାଝି, ପଦ୍ମନ ନାୟକ, କୈଳାସ ପାଣିଗ୍ରାହୀ, ବାଙ୍କବିହାରୀ ବିଶୋୟୀ, ବାବୁଲି ପାଳ, କ୍ଷେତ୍ରମୋହନ ପାତ୍ର, ଦୀନବନ୍ଧୁ ବିଶୋୟୀ, ସାହୁ ହରିଜନ, ଅରୁଣ ନାୟକ, ଓମ୍ ପ୍ରକାଶ ଦାସ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ସ୍ୱାଧୀନତାର ୭୫ ବର୍ଷ ଅବସରରେ ବିଜେପି ପକ୍ଷରୁ ସାରା ଦେଶରେ ଅଗଷ୍ଟ ୧୩ ରୁ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଦେଶର ସମସ୍ତ ସହିଦ ସ୍ତମ୍ଭ ଓ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟାର୍ପଣ ସହ ପଦଯାତ୍ରା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons