ବୈପାରିଗୁଡା:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦର୍ଶାଇ ଶୁକ୍ରବାର ଏଠାରେ ବ୍ଲକ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହାକୁ ନେଇ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ବିଡିଓ ଅଭିମନୁ୍ୟ କବିଶତପଥୀଙ୍କୁ ପ୍ରଦାନ କରାଯାଇଛି । ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦଳ ଦାବି କରିଛି ।
ଦଳର ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପଟ୍ଟନାୟକ ଏହାର ନେତୃତ୍ୱ ନେଇଥିଲେ । ପୂର୍ତ୍ତବିଭାଗ ଡାକବଙ୍ଗଳାଠାରୁ ଦଳର ଶତାଧିକ କର୍ମୀ ହାତରେ ପ୍ଲାକାର୍ଡ ଓ ଦଳୀୟ ପତାକା ଧରି ଶୋଭାଯାତ୍ରା କରିଥିଲେ । ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ କର୍ମୀମାନେ ବିକ୍ଷୋଭ କରିବା ସହ ନାନା ନାରାବାଜି କରିଥିଲେ । ପରେ ବିଡିଓଙ୍କୁ ଦାବିପତ୍ର ଦିଆଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଆବାସ ଯୋଗାଇ ଦେବା, ପୁରୁଣା ସର୍ଭର ତ୍ରୁଟିକୁ ସଂଶୋଧନ କରିବା, କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରିବାକୁ ଦଳ ଦାବି କରିଛି । ଏ ଦିଗରେ ପ୍ରଶାସନର ଅହେତୁକ ଅବହେଳା ହେଉଥିବା ଦଳ ଅଭିଯୋଗ କରିଛି । ଦାବିପତ୍ର ପ୍ରଦାନ ବେଳେ ଦଳର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସାୱନ ମହାନ୍ତି, ସୀମାଞ୍ଚଳ ନାୟକ, ନରେନ୍ଦ୍ର କାନ୍ଦଲିଆ, ସି.ଏଚ ପ୍ରଭାକର ରାଓ, ପୂର୍ଣ୍ଣଚନ୍ଦ୍ର ଗାଦବା, ମନୋଜ କୁମାର ନାୟକ, ଚକ୍ର ବୈରାଗୀ, ମକର ମାଳି, ତ୍ରିଲୋଚନା ଖରା, ମନ୍ଦାକିନୀ ପାଇକ, ସଂଯୁକ୍ତା ସେଠୀଙ୍କ ସହ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.