ବିଜେପି କାର୍ଯ୍ୟକାରିଣୀ ବୈଠକ

Get real time updates directly on you device, subscribe now.

ମାଲକାନଗିରି,(ବିବି.ନୁ୍ୟଜ): ଜିଲ୍ଲା ସଦର ମହକୁମା ନଗର ଭବନଠାରେ ଶନିବାର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁÂିତ ହୋଇଯାଇଛି । ବୈଠକରେ ଜିଲ୍ଲାର ଶିଳ୍ପ, ଦାଦନ ସମସ୍ୟା ସହ ରେଳ ଧାରଣା ସ୍ଥାପନ, ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ଏୟାରଷ୍ଟ୍ରିପ ନିର୍ମାଣ ଆଦି ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା ହୋଇଛି ।
ସୂଚନା ଅନୁସାରେ, ଦଳର ଜିଲ୍ଲା ସଭାପତି ତଥା ବିଧାୟକ ଆଦିତ୍ୟ ମାଢି ଏଥିରେ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବିଷୟଗୁଡିକ ସହ ଜିଲ୍ଲାରେ ଚିନାବାଦାମ ମଣ୍ଡି ଖୋଲିବା, ପ୍ରଧାନମନ୍ତ୍ରୀ ଆବାସ ଓ ପାଇଖାନା ଯୋଜନାରେ ଦୁର୍ନୀତିର ତଦନ୍ତ କରିବା, ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବା, ସମସ୍ତ ଡାକ୍ତର ପଦବୀ ପୂରଣ କରିବା, ମଣ୍ଡିରୁ ଧାନ ଉଠାଇ ସମସ୍ୟା ଦୂର କରିବା, ବେଜାଙ୍ଗୱାଡା ଡାକଘର ଦୁର୍ନୀତିରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଟଙ୍କା ଫେରାଇବା, କାଲିମେଳା ତହସିଲରେ ଜମି ଘୋଟାଲାର ଦୋଷୀଙ୍କୁ ଦଣ୍ଡଦେବା ଆଦି ବିଷୟରେ ଆଲୋଚନା ହୋଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ନିମାଁଇ ପାଲ, କାଲୀରାମ ମାଝି, ଶୁଭ୍ରାଂଶୁ ସାହୁଙ୍କ ସହିତ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବିଧାୟକ ପ୍ରତିନିଧି, ୧୭ ଟି ମଣ୍ଡଳର ସଭାପତି, ୮ ଟି ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons