
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜେପିର ଏକ କାର୍ଯ୍ୟକାରିଣୀ ବୈଠକ ଅନୁÂିତ ହୋଇଯାଇଛି । ଦଳୀୟ ସ୍ଥିତି ସୁଦୃଢ କରିବା ଓ ଦଳ କିପରି ଅଧିକରୁ ଅଧିକ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଲୋଚନା କରାଯାଇଛି । ମଣ୍ଡଳସ୍ତରୀୟ ୬ ଜଣ ଉପସଭାପତିଙ୍କୁ ଏହି ଅବସରରେ ଚୟନ କରାଯାଇଛି ।
ସୂଚନା ଅନୁସାରେ, ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ବାଘଙ୍କ ନେତୃତ୍ୱରେ ଗତ ଗୁରୁବାର ଏହାର ଆୟୋଜନ କରାଯାଇଥିଲା । ଅନକାବେଡା ପଞ୍ଚାୟତ ସନ୍ଦିମୁଣ୍ଡାରେ ବୈଠକ ହୋଇଥିଲା । ମୁଖ୍ୟ ଅତିଥିଭାବେ ପୂର୍ବତନ ନବରଙ୍ଗପୁର ଜିଲ୍ଲା ସଭାପତି ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ମାଳଗାଁ ମଣ୍ଡଳ ସଭାପତି ଡମ୍ବରୁ ମାଝି, ସାଧାରଣ ସମ୍ପାଦକ ମୁନ୍ନା ବେଶ୍ରା ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀ ଜୈନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପରେ ଶ୍ରୀ ବାଘଙ୍କ ସଭାପତିତ୍ୱରେ ବୈଠକ ହୋଇଥିଲା । ଦଳର ସ୍ଥିତି ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା । ମଣ୍ଡଳସ୍ତରୀୟ ଉପସଭାପତି ଭାବେ ଯୁବନେତା ଲଳିତ ପଟେଲ, ବଳରାମ କଟା, ଫୁଲଚନ ଦଲେଇ, ଲୋଚନ କଟା, ଭୀମସେନ ଦାଣ୍ଡିଆ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ମଣ୍ଡଳସ୍ତରୀୟ ସାଧାରଣ ସମ୍ପାଦକଭାବେ ଅନ୍ତର୍ଯ୍ୟାମୀ ମନହୀରା, ଭୁବନେ ସାଗରଙ୍କୁ ଚୟନ କରାଯାଇଥିଲା । ମହିଳା ମୋର୍ଚ୍ଚା ସଭାନେତ୍ରୀଭାବେ ନିଲେନ୍ଦ୍ରୀ ପାଣ୍ଡେଙ୍କୁ ମନୋନୀତ କରାଯାଇଥିଲା । ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ ଏବଂ ଉତରୀୟ ଦେଇ ସ୍ୱାଗତ କରିଥିଲେ । ସହ ହାତକୁ ହାତ ମିଶାଇ ସଂଗଠନକୁ ଦୃଢ କରିବାକୁ ଉଦ୍ୟମ କରିବେ ବୋଲି ନବନିଯୁକ୍ତ କାର୍ଯ୍ୟକର୍ତ୍ତା କହିଛନ୍ତି ।
Comments are closed, but trackbacks and pingbacks are open.