
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ପଞ୍ଚାୟତ ସଦର ମହକୁମା ଏକମ୍ବାଠାରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁÂିତ ହୋଇଯାଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ବିଜୟ ନେଇ ବୈଠକରେ ଆଲୋଚନା ହୋଇଛି ।
ସୂଚନା ଅନୁସାରେ, ଦଳର ବିଧାୟକ ପ୍ରାର୍ଥୀ ଗୌରୀଶଙ୍କର ମାଝି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କୁ ଜିତାଇବାକୁ ବିଧାୟକ ପ୍ରାର୍ଥୀ ଶ୍ରୀ ମାଝି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଡଙ୍ଗରଭେଜା ମଣ୍ଡଳ ମହିଳା ମୋର୍ଚ୍ଚା ନେତ୍ରୀଭାବେ ସବିତା ଗାଦବାଙ୍କୁ ମନୋନୀତ କରାଯାଇ ତାଙ୍କ ନାମ ଘୋଷଣା କରାଯାଇଛି । ଡଙ୍ଗଲଭେଜା ମଣ୍ଡଳ ସାଧାରଣ ସମ୍ପାଦକ ରାମଚନ୍ଦ୍ର ବିଶୋୟୀ ମଞ୍ଚ ପରିଚାଳନା କରିଥିବାବେଳେ ଡଙ୍ଗରଭେଜା ଓ ନନ୍ଦାହାଣ୍ଡି ମଣ୍ଡଳ କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ବ୍ଲକର ୫୦ ରୁ ଅଧିକ କର୍ମକର୍ତ୍ତା ବିଜେପିରେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.