
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି କାର୍ଯ୍ୟକାରିଣୀ ବୈଠକ ଅନୁÂିତ ହୋଇଥିଲା । ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟରେ ଅନୁÂିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ ଏବଂ କୋରାପୁଟ ଜିଲ୍ଲା ପ୍ରଭାରୀ ବଳଭଦ୍ର ମାଝୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ, ପୂର୍ଣ୍ଣିମା ନାୟକ, ବରିÂ ନେତା ଜୟରାମ ପାଙ୍ଗି, ତ୍ରିପୁରାରୀ ଗରଡ଼ା, କୁମୁଦ ସାଉନ୍ତା, ଖଗେଶ୍ୱର ପୁଜାରୀ, ଜଗତଜ୍ୟୋତି ପାଙ୍ଗି ପ୍ରମୁଖ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ । ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମିଶ୍ରଙ୍କ ସହିତ ଜିଲ୍ଲା କାର୍ଯ୍ୟକାରିଣୀ କେତେକ ସଦସ୍ୟ ବୈଠକରେ ଅନୁପସ୍ଥିତ ଥିଲେ । ସେମାନଙ୍କ ଅନୁପସ୍ଥିତିକୁ ନେଇ ନାନା ଚର୍ଚ୍ଚା ହୋଇଥିଲା ।
ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ କହିଛନ୍ତି, ଦଳ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ କିମ୍ବା ବିବାଦ ନାହିଁ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମିଶ୍ରଙ୍କ ସହିତ କେତେକ ସଦସ୍ୟ ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଅନୁପସ୍ଥିତ ଥିବା ଜିଲ୍ଲା ପ୍ରଭାରୀଙ୍କୁ ଜଣାଇଛନ୍ତି । ଦଳର ଅନ୍ୟଜଣେ ବରିÂ ନେତା କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ଦଳ ପାଇଁ କେତେକ ସଦସ୍ୟ ଆତ୍ମଘାତୀ କାର୍ଯ୍ୟ କରିଥିଲେ । ସେମାନେ ନିର୍ବାଚନ ପରଠୁ ଦଳରୁ ଦୂରେଇ ରହିଛନ୍ତି । ସେମାନଙ୍କ ଆଚରଣ ଏଭଳି ରହିଲେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡ଼ିବ । ଦଳ ସମସ୍ତଙ୍କୁ ନେଇ ଚାଲିଲେ ସଫଳତା ମିଳିବ ।
ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ବୈଦ୍ୟନାଥ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ଜିଲ୍ଲା ସଙ୍ଗଠନର ପଦାଧିକାରୀଙ୍କ ନାମ ଘୋଷଣା କରିଥିଲେ । ଜିଲ୍ଲାରେ ସଂଗଠନକୁ କିପରି ସୁଦୃଢ଼ କରାଯିବ, ସେ ସଂପର୍କରେ ନିଜ ଅଭିଭାଷଣ ରଖିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମହାନ୍ତି କରୋନା ସମୟରେ ବିଭିନ୍ନ ପ୍ରକାର ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ଜିଲ୍ଲାର ବିଭିନ୍ନ ସମସ୍ୟା ତଥା ସୀମା ମସମ୍ୟା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା, ଧାନମଣ୍ଡି ସମସ୍ୟା, ଭାରତମାଳା ଜାତୀୟ ରାଜପଥ, ନୂତନ ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ନହେବା ଏବଂ କୋଡ଼ିଙ୍ଗାମାଳି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଦେଓମାଳି ଏବଂ ଗୁପ୍ତେଶ୍ୱରକୁ ବିଶ୍ୱସ୍ତୟୀୟ ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏ ନେଇ ଜିଲ୍ଲା ପ୍ରଭାରୀ ଶ୍ରୀ ମାଝୀଙ୍କୁ ଏକ ପ୍ରସ୍ତାବ ଜିଲ୍ଲା ସଭାପତି ପ୍ରଦାନ କରିଛନ୍ତି । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed, but trackbacks and pingbacks are open.