ଲୋଇସିଂହା : ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପିଏସଓ ଓ ଡ୍ରାଇଭର୍ଙ୍କୁ ଆକ୍ରମଣ। ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ଵର ଜାତୀୟ ରାଜପଥ ବୁର୍ଡା ଛକରେ ଆକ୍ରମଣ ହୋଇଛି। ବାଦିବାହାଲରୁ ନିଜ ଗାଁକୁ ଫେରିବା ବେଳେ ବିଧାୟକଙ୍କ ଉପରକୁ ଆକ୍ରମଣ ହୋଇଛି। ସୂଚନାନୁଯାୟୀ, ୨ ଜଣ ଯୁବକ ବିଧାୟକଙ୍କ ଗାଡ଼ି ସାମ୍ନାରେ ବାଇକ୍ ରଖି ଗଣ୍ଡଗୋଳ କରିଥିଲେ। ପ୍ରତିବାଦ କରିବାରୁ ଗାଡ଼ିରୁ ଭିଡି ଡ୍ରାଇଭର୍ ଓ ପିଏସଓଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ମାରପିଟ୍ କରିବା ପରେ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ତେବେ ୨ ଯୁବକଙ୍କ ମାଡ଼ରେ ପିଏସଓ ଓ ଡ୍ରାଇଭର୍ ଆହତ ହୋଇଛନ୍ତି। ସେମାନଙ୍କୁ ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଧାୟକ ମୁକେଶ ମହାଲିଙ୍ଗ ସୁରକ୍ଷିତ ଥିବା ସୂଚନା ମିଳିଛି।
Comments are closed, but trackbacks and pingbacks are open.