ବିଜେପି ମହିଳା ସାଂସଦଙ୍କ ଦାବି:‘ମୁଁ ପ୍ରଭୁ ଶ୍ରୀରାମଙ୍କ ବଂଶଜ’

Get real time updates directly on you device, subscribe now.

ଜୟପୁର: ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ସମୟରେ ଭଗବାନ ରାମଙ୍କର କୌଣସି ବଂଶଧର ଅଯୋଧ୍ୟାରେ ଅଛନ୍ତି କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।
ଏବେ ଏହାର ଜବାବରେ ରାଜସ୍ଥାନର ଜୟପୁର ରାଜପରିବାର ସଦସ୍ୟ ତଥା ବିଜେପି ସାଂସଦ ଦୀୟା କୁମାରୀ ନିଜକୁ ପ୍ରଭୁ ଶ୍ରୀରାମଙ୍କ ବଂଶଜ ବୋଲି ଦାବି କରିଛନ୍ତି । ସେ ପୁରାଣପୋଥିରେ ଉପଲବ୍ଧ ତଥ୍ୟ ଏବଂ କିଛି ପ୍ରାଚୀନ ଦସ୍ତାବିଜ୍ ଆଧାରରେ ଏହା ପ୍ରମାଣିତ କରିପାରିବେ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତାଙ୍କ କହିବାନୁସାରେ, ଜୟପୁର ରାଜପରିବାର ହେଉଛନ୍ତି କଛୱାହା ବଂଶର । ଏହି ବଂଶକୁ ଭଗବାନ ରାମଙ୍କ ପୁତ୍ର କୁଶଙ୍କ ନାମାନୁସାରେ କୁଶୱାହା ବଂଶ ବୋଲି ମଧ୍ୟ କୁହାଯାଏ ।
ସେ ଏକ ପ୍ରାଚୀନ୍ ଦସ୍ତାବିଜ୍ ଦେଖାଇଛନ୍ତି ଯେଉଁଥିରେ କ୍ରମାନୁସାରେ ଭଗବାନ ରାମଙ୍କ ବଂଶଜମାନଙ୍କ ନାମ ଉଲ୍ଲେଖ କରାଯାଇଛି । ଏଥିରେ ୬୨ତମ ସ୍ଥାନରେ ମହାରାଜା ଦଶରଥ, ୬୩ତମ ସ୍ଥାନରେ ଭଗବାନ ରାମ , ୬୪ ତମ ସ୍ଥାନରେ କୁଶ, ୨୦୯ତମ ସ୍ଥାନରେ ସୱାଇ ଜୟସିଂହ ଏବଂ ୩୦୭ ନମ୍ବର ସ୍ଥାନରେ ମହାରାଜା ଭବାନୀ ସିଂଙ୍କ ନାମ ଉଲ୍ଲେଖ କରାଯାଇଛି । ମହାରାଜା ଭବାନୀ ସିଂ ହେଉଛନ୍ତି ଦୀୟା କୁମାରୀଙ୍କ ପିତା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୟପୁର ଏକଦା ପ୍ରଭୁ ଶ୍ରୀରାମଙ୍କ ପୁଅ କୁଶଙ୍କର ସାମ୍ରାଜ୍ୟର ରାଜଧାନୀ ରହିଥିଲା । ୧୯୯୨ ମସିହାରେ ପୂର୍ବତନ ମହାରାଜା ଭବାନୀ ସିଂହ ଏହାର ପ୍ରମାଣ ସ୍ୱରୂପ ମାନଚିତ୍ର ଏବଂ ସମସ୍ତ ଦସ୍ତାବିଜ କୋର୍ଟରେ ଦାୟର କରିଥିଲେ । ଏହା ବ୍ୟତୀତ ଜୟପୁରର ସିଟି ପ୍ୟାଲେସ ମଧ୍ୟରେ କପଡ଼ା ଦ୍ୱାରରେ ଥିବା ଦସ୍ତାବିଜ ଅନୁଯାୟୀ,ଅଯୋଧ୍ୟାର ରାମ ଜନ୍ମଭୂମି ମଧ୍ୟ ଏକଦା ଜୟପୁର ରାଜାଙ୍କ ଅଧୀନରେ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons