ବିଜେପି ସଂସଦୀୟ କମିଟିରେ ଧର୍ମେନ୍ଦ୍ର, ଜୁଏଲ ଓ ସୁରେଶ ଲୋକସଭାରେ ସୁରେଶ ବିଜେପି ସଚେତକ

Get real time updates directly on you device, subscribe now.

ଭୁବନେଶ୍ୱର,(ବିବି.ବ୍ୟୁରୋ): ବିଜେପି ସଂସଦୀୟ କମିଟିରେ ସ୍ଥାନ ପାଇଛନ୍ତି ତିନି ଜଣ ଓଡ଼ିଆ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏବଂ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଦଳ ସଂସଦୀୟ କମିଟିରେ ସ୍ଥାନ ଦେଇଛି । ଶ୍ରୀ ପୂଜାରୀଙ୍କୁ ଦଳ ଲୋକସଭାରେ ସଚେତକ ଭାବେ ମଧ୍ୟ ନିଯୁକ୍ତି ଦେଇଛି । ଶ୍ରୀ ପୂଜାରୀ ଓଡ଼ିଶା ସହ ମଣିପୁର ଓ ତେଲେଙ୍ଗାନା ରାଜ୍ୟର ସଚେତକ ଦାୟିତ୍ୱ ତୁଲାଇବେ । ବିଜେପି ସଂସଦୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏ ନିଷ୍ପତ୍ତି ହୋଇଛି ।
ମନ୍ତ୍ରୀ ପଦରୁ ବାଦ ପଡ଼ିଥିବା ଜୁଏଲଙ୍କୁ ଲୋକସଭା ସଂସଦୀୟ କମିଟିରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା ବେଳେ ଧର୍ମେନ୍ଦ୍ର ରାଜ୍ୟସଭା ପାଇଁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ନିଯୁକ୍ତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons