ନୂଆଦିଲ୍ଲୀ : ନୂଆ ବର୍ଷ ଆରମ୍ଭ ପୂର୍ବରୁ ଭାରତୀୟ ଜନତା ପାର୍ଟି ସଂଗଠନ ସ୍ତରରେ ବଦଳବଦଳ କରିଛି । ରାଷ୍ଟ୍ରୀୟ ରାଜନୀତିର ୩ ଚର୍ଚ୍ଚିତ ଚେହେରାଙ୍କୁ ଦଳ ପକ୍ଷରୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି । ସଂଗଠନ ମହାସଚିବ ଥିବା ସୌଦାନ ସିଂହଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ସୌଦାନାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବା ପରେ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଚଣ୍ଡିଗଡ ପଠାଯାଇଛି । ସୌଦାନ ସିଂହ ଏବେ ପଞ୍ଜାବ ସମେତ ହିମାଚଳ ପ୍ରଦେଶ, ହରିୟାଣା ଏବଂ ଚଣ୍ଡିଗଡ ଦାୟିତ୍ବରେ ରହିବେ । ସେହିପରି ବି. ସତୀଶଙ୍କୁ ଦିଲ୍ଲୀ ସଂଗଠକ ଭାବେ ଦାୟିତ୍ବ ମିଳିଛି । ଏହା ସହ ତାଙ୍କୁ ଦଳର ସମନ୍ବୟ, ସଂସଦୀୟ ତଥା ଏସସି-ଏସଟି ମୋର୍ଚ୍ଚା ଦାୟିତ୍ବ ମଧ୍ୟ ଦିଆଯାଇଛି ।
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶିବ ପ୍ରକାଶଙ୍କୁ ରାଷ୍ଟ୍ରୀୟ ସହ ସଂଗଠକ ମହାମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି । ଏହା ସହ ତାଙ୍କୁ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ଦାୟିତ୍ବ ମଧ୍ୟ ଦିଆଯାଇଛି । ନୂଆ ଦାୟିତ୍ବ ମିଳିଥିବା ବରିଷ୍ଠ ନେତାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ତେବେ ଆଗାମୀ ଦିନରେ ସଂଗଠନ ଦାୟିତ୍ବରେ ଥିବା ବରିଷ୍ଠ ନେତାମାନଙ୍କ ନେତୃତ୍ବରେ ଦଳର ସାଂଗଠନିକ ସ୍ଥିତି ସୁଦୃଢ ହେବ ବୋଲି ସୌଦାନ ସିଂହ କହିଛନ୍ତି ।
Comments are closed, but trackbacks and pingbacks are open.