ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଚାଲିଥିବା ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଶନିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଚାର ଶେଷ ହୋଇ ଭୋଟିଂ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ପୁଲିଂ କର୍ମଚାରୀ ଶନିବାର ବୁଥ୍ମୁହାଁ ହୋଇଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ତନ୍ମୟ ଦରୂଆନ ଏହାର ସଂଯୋଜନା କରିଛନ୍ତି ।
ବିଜେପୁର ଭୋଟିଂ ପାଇଁ ପ୍ରଚାର ସନ୍ଧ୍ୟାରେ ସମାପ୍ତ ହୋଇଛି । ଆଉ ୪୮ ଘଣ୍ଟା ପରେ ଅର୍ଥାତ୍ ୨୧ ତାରିଖ ମତଦାନ ହେବାକୁ ଯାଉଥିବାରୁ ପ୍ରାର୍ଥୀଙ୍କ ମଧ୍ୟରେ ଉକ୍ରଣ୍ଠା ପ୍ରକାଶ ପାଇଛି । ସେହି ଅନୁପାତରେ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପଦ୍ମପୁର ନୀୟନ୍ତ୍ରିତ ବଜାର ପରିସରରେ ଆୟୋଜିତ କମିଶନିଂ କାର୍ଯ୍ୟକ୍ରମରେ ପ୍ରିଜାଇଡ଼ିଂ ଓ ପୁଲିଂ ଅଧିକାରୀ ଉପସ୍ଥିତ ରହି ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶାନୁଯାୟୀ ଭୋଟ୍କାର୍ଯ୍ୟରେ ଯୋଗଦାନ କରିଥିଲେ । ଇଭିଏମ୍ ଓ ଭିଭିପାଟ୍ ସମେତ ବିଭିନ୍ନ ନିର୍ବାଚନୀ ସାମଗ୍ରୀ ତଥା ଆବଶ୍ୟକ କାଗଜପତ୍ର ଧରି ଅଧିକାରୀମାନେ ନିର୍ଦ୍ଧାରିତ ଗାଡ଼ିରେ ବୁଥ୍ମୁହାଁ ହୋଇଥିଲେ । ପୁଲିଂ ପାର୍ଟିମାନଙ୍କୁ ଶୃଙ୍ଖଳିତ ଭାବେ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇ ସୂଚନାକେନ୍ଦ୍ର, ହେଲ୍ପଡେସ୍କ, ଫାଷ୍ଟଏଡ୍ ସେଣ୍ଟର ଜରିଆରେ ସହଯୋଗ କରାଯାଇ ୧୫ଟି ସିଙ୍ଗଲ ୱିଣ୍ଡୋ କାଉଣ୍ଟର ଏବଂ ଯାନବାହାନ ପାଇଁ ଧାର୍ଯ୍ୟ ୬ଟି କାଉଣ୍ଟର ସାହାଯ୍ୟରେ ସମସ୍ତ ପୁଲିଂପାର୍ଟିମାନଙ୍କୁ ଗାଡ଼ି ଦେଇ ପଠାଯାଇଛି । ଏତଦ୍ବ୍ୟତୀତ ବିଭିନ୍ନ ବୁଥ୍ ତଦାରଖ ପାଇଁ ୩୨ ଜଣ ସେକ୍ଟର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନକୁ ଅବାଧ, ମୁକ୍ତ ଓ ଶୃଙ୍ଖଳିତ ଢ଼ଙ୍ଗରେ ସମାପ୍ତ କରିବା ପାଇଁ ମାଜିଷ୍ଟେ୍ରଟ ନିଯୁକ୍ତି ସହ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିବା ପଦ୍ମପୁର ଉପଜିଲ୍ଲାପାଳ ତଥା ଆରଓ ଶ୍ରୀ ଦରୂଆନ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.