ବିଜେପୁର ଉପ-ନିର୍ବାଚନ: ଯାହା କହୁଛୁ, କାମରେ କରି ଦେଖାଉଛୁ: ନବୀନ

Get real time updates directly on you device, subscribe now.

ବରଗଡ,(ବି.ବି.ନୁ୍ୟଜ୍): ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ । ବିଜେପୁର ଦାୟିତ୍ୱ ମୁଁ ନିଜେ ନେଇଛି ଓ ଏହାକୁ ନିÂାର ସହ ତୁଲାଇବି । ଯାହା କହିଛୁ କାମରେ କରି ଦେଖାଇଛୁ । ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ କାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଉ ଦେଢ଼ ବର୍ଷ ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇ ଜମିକୁ ପାଣି ମାଡ଼ିବ । ବରପାଲି ରେଲ୍ୱେ ଓଭର୍ ବ୍ରିଜ୍ କାମ ତୀବ୍ର ଗତିରେ ଚାଲିଛି । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଏହା ସରିବ । ରାସ୍ତାଘାଟ, ବିଶୁଦ୍ଧ ପାନୀୟଜଳ ଏବଂ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦିଆଯାଉଛି । ଗତ ଥର ଯାହା ପ୍ରତିଶ୍ରୁତି ଦେଇଥିଲୁ ଅଧିକାଂଶ ପୂରଣ ହୋଇଛି ଓ ବାକି ସବୁ ଅଳ୍ପ ସମୟ ମଧ୍ୟରେ ପୂରଣ ହେବାକୁ ଯାଉଛି । ଏଥିପାଇଁ ମୋ ସରକାର ଅଙ୍ଗୀକାରବଦ୍ଧ । ତେଣୁ ଅଞ୍ଚଳର ବିକାଶ ପାଇଁ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ବିଜୟୀ କରି ଆମକୁ ଆର୍ଶୀବାଦ କରୁନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ଅବସରରେ ପ୍ରକାଶ କରିଛନ୍ତି ।
ବିଜେପୁର ଉପନିର୍ବାଚନ ପାଇଁ ଦୁଇ ଦିନିଆ ପ୍ରଚାର କାର୍ଯ୍ୟକ୍ରମରେ ଆସିଥିବା ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଚାର ସାରି ବରଗଡ଼ ପିଡ଼ବ୍ଲୁଡ଼ି ଡ଼ାକବଙ୍ଗଳାରେ ରାତ୍ରୀଯାପନ କରିଥିଲେ । ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରଗଡ଼ ଲେଙ୍ଗୁମିଶ୍ର ଷ୍ଟାଡିୟମ ସ୍ଥିତ ହେଲିପ୍ୟାଡ୍ରୁ ବାହାରି ତାଲପାଲି ଯାତ୍ରା ପଡ଼ିଆରେ ଓହ୍ଲାଇଥିଲେ । ସେଠାରେ ଉପସ୍ଥିତ ବିଜେଡିର ବରିÂ କର୍ମକର୍ତ୍ତା ବୃନ୍ଦ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଟୁକୁନୀ ସାହୁ, ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ, ରାଶେସ୍ୱରୀ ପାଣିଗ୍ରାହୀଙ୍କ ସମେତ ପ୍ରାର୍ଥିନୀ ରୀତା ସାହୁ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ସିଧା ଧାର୍ଯ୍ୟ ବସ୍ରେ ଚଢ଼ି ଶ୍ରୀ ପଟ୍ଟନାୟକ ରୋଡ଼ ସୋ’ରେ ବାହାରି ତାଲପାଲି, କେନ୍ଦୁଭଟା, ବୁରୋମୁଣ୍ଡା, ଗାଇସିଲାଟ, କନ୍ଧୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଲପାଟ, ବେହେରାମୁଣ୍ଡା, ଭାଙ୍ଗମୁଣ୍ଡା, ଡ଼ାଙ୍ଗବାହାଲ, ଶରଧାପାଲି, କଲଙ୍ଗାପାଲି, ଭେଲୁଅାଁପଦର, କେରମେଲି ଚାରିଛକ, କୁଣ୍ଡାଖାଇ ଏବଂ ଶେଷରେ ଗୁଦେରପାଲିରେ ପଥପ୍ରାନ୍ତ ସଭା ଓ ରୋଡ୍ ସୋ’ମାଧ୍ୟମରେ ଦଳୀୟ ପ୍ରଚାର କରିଥିଲେ ।
ମୁଁ ଆପଣଙ୍କ ନିକଟକୁ ଆସିଛି । ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କରିଥିଲେ । ଏବଂ ଉତ୍ତରରେ ମୁଁ ବି ଖୁସି ବୋଲି ସ୍ୱାଗତୋକ୍ତି ବ୍ୟକ୍ତ କରି ପୁଣିଥରେ ବିଜେଡି ଦଳ ଓ ଦଳର ପ୍ରାର୍ଥୀ ରୀତା ସାହୁଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ବିଜୟ ମୁକୁଟ ପିନ୍ଧାଇବାକୁ ମୁଖ୍ୟମନ୍ତ୍ରୀ ବିଜେପୁର ଜନସାଧାରଣଙ୍କୁ ଆହ୍ୱାନ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ୪ ଘଣ୍ଟା ମଧ୍ୟରେ ୧୬ଟି ପଞ୍ଚାୟତକୁ ଛୁଇଁ ଲୋକଙ୍କ ନିକଟତର ହୋଇପାରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁଦେରପାଲିରେ ଆୟୋଜିତ ପଥପ୍ରାନ୍ତ ସଭାରେ ବିଜେଡିି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଉପସ୍ଥିତ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କ ସହିତ ସାକ୍ଷାତ ପରେ ଦୁଇଦିନର ଘନଘନ ପ୍ରଚାରକୁ ବିରାମ ଦେଇ ଅପରାହ୍ନ ଅଢେ଼ଇଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।
ଆଜିର ଏହି ମାରାଥନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାର୍ଥିନୀ ରୀତା ସାହୁ, ମନ୍ତ୍ରୀ ଟୁକୁନୀ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ଡ. ପ୍ରଭାସ ସିଂ ପ୍ରମୁଖ ବହୁ ବିଧାୟକ ତଥା ବହୁ ପୂର୍ବତନ ନେତାମନ୍ତ୍ରୀ, ନିଗମ ଅଧ୍ୟକ୍ଷ, ବ୍ଲକ ଓ ପଞ୍ଚାୟତ ସ୍ତରୀୟ ନେତା ସହଯୋଗ କରିଥିଲେ । ସେହିଭଳି ଉପସ୍ଥିତ ସହସ୍ରାଧିକ ଅଞ୍ଚଳବାସୀ ଶ୍ରୀ ପଟ୍ଟନାୟକଙ୍କୁ ହସହସ ବଦନରେ ବିଦାୟ ଦେଇଥିବା ବେଳେ ଯୋଗଦେଇଥିବା ସଂଖ୍ୟାଧିକ ମହିଳାଙ୍କ ହୁଳହୁଳି ନବୀନଙ୍କ ବରଗଡ଼ ଗସ୍ତକୁ ସ୍ମରଣୀୟ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons