ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି । ହେଲେ ନିର୍ବାଚନ ସାମ୍ନା କରିବାକୁ ଶାସକ ବିଜୁ ଜନତା ଦଳ (ବିଜେଡି) କମର କଷିଲାଣି । ଏଥିପାଇଁ ୪ଜଣ ନେତାଙ୍କୁ ନେଇ ଦଳ ଗଢ଼ିଛି ନିର୍ବାଚନ କମିଟି । ଏହି କମିଟିରେ ରହିଛନ୍ତି ବରିÂ ନେତା ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂହ, କଳିକେଶ ନାରାୟଣ ସିଂହଦେଓ, ସଂଜୟ ଦାସବର୍ମା । ଏହି ୪ ନେତା ହିଁ ବିଜେପୁର ପାଇଁ ବିଜେଡିର ଗେମ୍ ପ୍ଲାନ୍ ପ୍ରସ୍ତୁତ କରିବେ । ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିବେ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ନିର୍ବାଚନ କମିଟି ଗଠନ କରିଛନ୍ତି ।
ଗତ ବିଧାନସଭା ନିର୍ବାଚନରେ ନବୀନ ପ୍ରଥମ ଥର ପାଇଁ ଦୁଇଟି ନିର୍ବାଚନମଣ୍ଡଳୀରୁ ମଇଦାନକୁ ଓହ୍ଲାଇଥିଲେ । ନିଜ ପାରମ୍ପରିକ ଆସନ ହିଞ୍ଜିଳି ସମେତ ପଶ୍ଚିମ ଓଡ଼ିଶାର ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ନବୀନ । ଦୁଇଟି ଯାକ ଆସନରେ ଆରାମରେ ବିରାଟ ବିଜୟ ହାସଲ କରିଥିଲେ ନବୀନ । ପରେ ସେ ହିଞ୍ଜିଳି ଆସନ ନିଜ ପାଖରେ ରଖିଥିବାବେଳେ ବିଜେପୁର ଆସନକୁ ଛାଡ଼ି ଦେଇଥିଲେ । ଏଥିପାଇଁ ବିଜେପୁରରେ ଉପନିର୍ବାଚନ ହେବ । ଏଥିପାଇଁ ବିଜେଡି ଆଗୁଆ ଅଣ୍ଟା ଭିଡ଼ିଛି । ତେବେ ବିଜେପୁରରୁ ବିଜେଡି କାହାକୁ ପ୍ରାର୍ଥୀ କରିବ, ଏଯାଏଁ ତାହା ସ୍ପଷ୍ଟ ହୋଇନି ।
Comments are closed, but trackbacks and pingbacks are open.