ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବ ବିଜ୍ଞାନ କେନ୍ଦ୍ର

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ରାୟଗଡାରେ ପ୍ଲାନେଟୋରିୟମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ପ୍ରତିÂା ହେବ । ଏଥିପାଇଁ ମୁଁ ବହୁତ ଖୁସି । ବିଶ୍ୱାସ, ଏହାଦ୍ୱାରା ବିଜ୍ଞାନ ପ୍ରତି ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି ହେବ । ବୁଧବାର ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପରୋକ୍ତ ଦୁଇ ପ୍ରକଳ୍ପର ଶିଳାନ୍ୟାସ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ସବୁ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଏବଂ ରାଜ୍ୟରେ ୫ଟି ପ୍ଲାନେଟୋରିୟମ ପ୍ରତିÂା କରାଯିବ । ଏଥିଲାଗି ଖର୍ଚ୍ଚ କରାଯିବ ୧୦୦ କୋଟି । ଭୁବନେଶ୍ୱରର ପଠାଣିସାମନ୍ତ ପ୍ଲାନେଟୋରିୟମ୍ର ବିକାଶ କରାଯିବ । ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ବିକାଶ ହେଲେ, ରାଜ୍ୟ ଅଧିକ ବିକଶିତ ହେବ । ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଛନ୍ତି, ୧୯୯୦ରେ ରାଜ୍ୟର ପ୍ରଥମ ପ୍ଲାନେଟୋରିୟମ ଭୁବନେଶ୍ୱରରେ ପ୍ରତିÂା ହୋଇଥିଲା । ଏହାପରେ ଦ୍ୱିତୀୟ ପ୍ଲାନେଟୋରିୟମ ରାୟଗଡାରେ ପ୍ରତିÂା ହେବାକୁ ଯାଉଛି । ଏହାଦ୍ୱାରା ବ୍ରହ୍ମାଣ୍ଡ, ସୌରଜଗତ, ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଦେଖିହେବ ଏବଂ ଏସବୁ ଉପରେ ବୈଜ୍ଞାନିକ ତଥ୍ୟ ଏବଂ ଜ୍ଞାନକୌଶଳ ହାସଲ କରିହେବ । ରାଜ୍ୟରେ ମୋଟ ୫ଟି ସ୍ଥାନରେ ପ୍ଲାନେଟୋରିୟମ ପ୍ରତିÂା କରାଯିବ । ବିଜ୍ଞାନ କେନ୍ଦ୍ର ପ୍ରତିÂା ଦ୍ୱାରା ବିଜ୍ଞାନ ସମ୍ପର୍କରେ ସମସ୍ତେ ଉଣାଅଧିକେ ଜାଣିପାରିବେ । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବିଜ୍ଞାନ ସହ ସମ୍ପୃକ୍ତ ସାଧାରଣ ଲୋକେ ଏହାଦ୍ୱାରା ଅଧିକ ଉପକୃତ ହୋଇପାରିବେ । ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ହଟିବ । ସମାଜର ବିକାଶର ଧାରାରେ ଅଧିକ ଅଗ୍ରସର ହୋଇପାରିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।
ଏଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି, ଆଜି ଜିଲ୍ଲାବାସୀଙ୍କ ପାଇଁ ଖୁସିର ଦିନ । ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି । ବିଜ୍ଞାନ କେନ୍ଦ୍ର ପ୍ରତିÂା ହେଲେ ଆଦିବାସୀ ଅଧୁ୍ୟଷିତ ଏ ଅଞ୍ଚଳର ଉନ୍ନତି ହେବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ମହମ୍ମଦ ଅବଦଲ ଅଖତର, ଏସ୍ପି ବରୁଣ ଗୁଣ୍ଟୁପାଲ୍ଲୀ, ବିଧାୟକ ତାରାପ୍ରସାଦ ବାହିନୀପତି, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପାଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟ୍ଟାଙ୍ଗି ବିଧାୟକ ପୀତମ ପାଢି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସା କିର୍ଷାନୀ,ବିଜେଡି ନେତ୍ରୀ ଡ. ଇନ୍ଦିରା ନନ୍ଦ, ରଘୁରାମ ମାଚ୍ଛଙ୍କ ସହ ବହୁ ବିଜେଡି ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଜୟପୁରରେ ବିଜ୍ଞାନ ପାର୍କ ପ୍ରତିÂା ପାଇଁ ଯୋଜନା କରାଯାଇଥିଲା । ଏଥିପାଇଁ ବ୍ୟୟଅଟକଳ ହୋଇଥିଲା ୬ କୋଟି ୫୦ ଲକ୍ଷ । ଏହାପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ୫ ଜଣ କନିÂ ବୈଜ୍ଞାନିକ ଏବଂ ଓରିଡାର ଅଧିକାରୀମାନେ ଏ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ବିଜ୍ଞାନ କେନ୍ଦ୍ର ଲାଗି ସମସ୍ତ ଭିତ୍ତିଭୂମି ରହିଥିବା ଅନୁଭବ କରିବା ପରେ ଜୟପୁର ବ୍ଲକ ଉମୁରୀ ପଞ୍ଚାୟତର ଫୁଲବାଡ ଅଞ୍ଚଳକୁ ୨୦୧୬ ଜାନୁଆରୀରେ ଚିହ୍ନଟ କରିଥିଲେ । ଏହାପରେ ଜୟପୁର ତହସିଲ ପକ୍ଷରୁ ଏହି କେନ୍ଦ୍ର ପାଇଁ ୫ ଏକର ଜମି ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons