ବିଜୟଙ୍କୁ ଭେଟିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଅସୁସ୍ଥ ଥିବା ଓଡ଼ିଆ ସିନେମାର ବରିÂ ତଥା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଫେରିବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଭେଟିଛନ୍ତି । ଶ୍ରୀମତି ଷହଙ୍ଗୀ ତାଙ୍କୁ ହସ୍ପିଟାଲରେ ଭେଟିବା ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଏହା ସହିତ ସେ ବିଜୟ ମହାନ୍ତିଙ୍କ ଚିକିତ୍ସାରେ ବିୟୋଜିତ ହୋଇଥିବା ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ । ଏନେଇ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି, ଯେଉଁଥିରେ ସେ ବିଜୟ ମହାନ୍ତିଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ଅସୁସ୍ଥତା ହେତୁ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋି ହସ୍ପିଟାଲରେ ଗତ ମାସରୁ ଚିକିତ୍ସିତ ହେଉଥିବା ବେଳେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆଜି ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱରର କେୟାର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଏବେ ଏହି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିବ । ବିଜୟଙ୍କୁ ଆଣିବାକୁ ଶୁକ୍ରବାର ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଭୁବନେଶ୍ୱରରୁ ହାଇଦ୍ରାବାଦ ଅଭିମୁଖେ ଯାଇଥିଲା । ଦୁଇ ମେଡିକାଲର ଡାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କୁ ସଡ଼କ ପଥରେ ଅଣଯିବାକୁ ନିଷ୍ପତ୍ତି ହୋଇଥିଲା । ବିଜୟ ମହାନ୍ତିଙ୍କୁ ଓଡ଼ିଶା ଫେରାଇ ଆଣିବା ନିମନ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ । ସୂଚନାଯୋଗ୍ୟ, ମେ” ୨୭ ତାରିଖରେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଚେକଅପ୍ ପାଇଁ ଯାଇଥିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ । ସେହିଦିନଠାରୁ ସେ ସେଠାରେ ଚିକିତ୍ସିତ ହେଉଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons