ବିଟେକ୍ ଛାତ୍ର କରୁଛନ୍ତି ବ୍ରାଉନ୍ସୁଗାର ବେପାର:ଧରାପଡିଲେ ୩

Get real time updates directly on you device, subscribe now.

ଭୁବନେଶ୍ବର: ଜଟଣୀ ଓ ପିପିଲି ଅଞ୍ଚଳରେ ଚଢାଉ ବେଳେ କ୍ରାଇମ ବ୍ରାଞ୍ଚର ଏସଟିଏଫ ପଞ୍ଚାରେ ଧରାପଡିଲେ ୩ଜଣ ବ୍ରାଉନ୍ ସୁଗାର ବ୍ୟବସାୟୀ । ଏମାନଙ୍କ ଠାରୁ ଜବତ ହୋଇଛି ୧କିଲୋ ୭୫୦ଗ୍ରାମର ବ୍ରାଉନ୍‌ ସୁଗାର । ଯାହାର ଆନୁମାନିକ ମୁଲ୍ୟ ଦେଢକୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହାସହ ଏମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ କାର ସମେତ ଦାମୀ ବାଇକ୍ ମଧ୍ୟ ଜବତ କରିଛି ଏସଟିଏଫ। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ବିଟେକ୍‌ ପାସ୍‌ ଛାତ୍ର ଥିବା ଜଣା ପଡିଛି।
ବିଟେକ ଛାତ୍ର କରୁଛନ୍ତି ବ୍ରାଉନସୁଗାର ବେପାର। କୋଟି କୋଟି ଟଙ୍କାର କାରବାର ଏବେ ଏହି ବିଟେକ ଛାତ୍ର କରୁଛନ୍ତି। ବିଶେଷ କରି ଭୁବନେଶ୍ବର ଉପକଣ୍ଠରେ ଏମାନେ ଖୁବ ମାତିଛନ୍ତି। ଆଜି ଜଟଣୀ ପିପିଲିରୁ ଧରାପଡ଼ିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ବିଟେକ ଛାତ୍ର। ରାଜଧାନୀ ଭୁବନେଶ୍ବର ଓ ଏହାର ଉପକଣ୍ଠ ଅଞ୍ଚଳରୁ ବିପୁଳ ବ୍ରାଉନ୍‌ ସୁଗାର ଜବତ ହୋଇଛି।
ବୁଧବାର ବିଳମ୍ବିତ ରାତିରେ ଜଟଣୀ ଅଞ୍ଚଳରୁ ୧୭୫୦ ଗ୍ରାମ୍ ର ବ୍ରାଉନସୁଗାର ଜବତ ହେବା ସହ ୩ ଜଣଙ୍କୁ ଧରିଛି ଏସଟିଏଫ।। ଗିରଫ ଦୁଇ ବି ଟେକ୍‌ ଛାତ୍ର ସୋରଡାର ମାନସ ପରିଛା, ବୁଗୁଡାର ସନ୍ତୋଷ ଦାସ, ଏବଂ ଏମାନଙ୍କୁ ସହଯୋଗ କରୁଥିବା ପିପିଲି କଣାସର ମହେଶ୍ବର ସାହୁ। କଲେଜ ଛାତ୍ର ମାନଙ୍କୁ ଏମାନେ ବ୍ରାଉନ୍‌ ସୁଗାର ସପ୍ଲାଇ କରୁଥିଲେ ବୋଲି ପୋଲିସ ଆଗରେ ସ୍ବୀକାର କରିଛନ୍ତି। ତେବେ ଏହି କାରବାର ପଛରେ ବଡ ଧରଣର ରାକେଟ୍ କାମ କରୁଥିବା ଜଣାପଡିଛି ।
ଗୁଇନ୍ଦା ସୁଚନା ମୁତାବକ ଏମାନଙ୍କ ନିକଟରେ ବ୍ୟାପକ ବ୍ରାଉନସୁଗାର ଥିବା ଏସଟିଏଫ ଟିମ୍‌ ଜାଣିବାକୁ ପାଇଥିଲା । ତିନି ବ୍ୟବସାୟୀଙ୍କୁ ଏସଟିଏଫ ଅଧିକାରୀ ମାନେ ସେମାନଙ୍କ ଗାଡିକୁ ଅଟକାଇବା ତଲାସି କରିଥିଲେ। ଆଉ ଏହି ସ୍କର୍ପିଓ ଭିତରୁ ବାହାରିଥିଲା ୧୭୫୦ କୋଟି ଟଙ୍କାର ବ୍ରାଉନ ସୁଗାର। ୨୦୧୯ ରେ ରାଜ୍ୟ ପୋଲିସ ଯେତିକି ବ୍ରାଉନସୁଗାର ଜବତ କରିଥିଲା ଗତ ଦୁଇ ମାସ ମଧ୍ୟରେ ଏସଟିଏଫ ତାଠାରୁ ଯଥେଷ୍ଟ ଅଧିକ ପରିମାଣର ଧଳା ଜହର ଜବତ କରିସାରିଲାଣି। ଅଭିଯୁକ୍ତ ମାନେ ରାଜ୍ୟ ବାହାରୁ ବିଶେଷ କରି ପଶ୍ଚିମବଙ୍ଗରୁ ଜଳେଶ୍ୱର ଦେଇ ଭୁବନେଶ୍ୱରକୁ ଆଣୁଛନ୍ତି ବ୍ରାଉନସୁଗାର। ଖୋର୍ଦ୍ଧା, ପୁରୀ, ଜଟଣୀ ଅଞ୍ଚଳରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ସେମାନେ ବ୍ରାଉନ୍‌ ସୁଗାର ସପ୍ଲାଇ କରୁଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons