ନବରଙ୍ଗପୁର : ବିଡିଓଙ୍କ ବଦଳି ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ତେନ୍ତୁଳିଖୁଣ୍ଟି ବ୍ଲକ ଅଫିସ ଘେରାଉ କରାଯାଉଛି । ବିଡ଼ିଓ ବିଭିନ୍ନ ଦୁର୍ନୀତି ଓ ଉନ୍ନୟନମୂଳକ କାର୍ୟ୍ୟରେ ହେରଫେର କରୁଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେପି ।
ସୂଚନାଯୋଗ୍ୟ ଯେ, ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିଡ଼ିଓ ବ୍ୟାପକ ଦୁର୍ନୀତି ରେ ବୁଡି ରହିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟରେ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ଆଣିଛି ବିଜେପି । ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ କର୍ମୀଙ୍କୁ ନେଇ ଏକ ରାଲିରେ ଆସି ବିଡ଼ିଓ ଙ୍କ ବିରୋଧରେ ନାରାବାଜି କରିବା ସହ ବ୍ଲକ କାର୍ୟ୍ୟାଳୟ ଘେରାଉ କରିଥିଲେ । କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଛନ୍ତି । ବିଜେପି ପକ୍ଷରୁ ବିଡ଼ିଓ ଙ୍କ ବଦଳି ଦାବି କରାଯାଇଛି । ବିଡ଼ିଓ ପୁର୍ବରୁ ଥିବା ସ୍ଥାନ ମାନଙ୍କରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବାବେଳ କିଭଳି ତାଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି ତାକୁ ନେଇ ପ୍ରଶ୍ନ କରିଛି ଜିଲ୍ଲା ବିଜେପି । ବିଡିଓଙ୍କୁ ଏଠାରୁ ବଦଳି କରାନଯିବା ପର୍ୟ୍ୟନ୍ତ ବିଜେପି ଏହିପରି ଧାରଣା ଦେବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।
Comments are closed, but trackbacks and pingbacks are open.