
ଭୁବନ,(ବି.ବି.ନୁ୍ୟଜ): ଭୁବନ ଥାନା ଅନ୍ତର୍ଗତ ଅନ୍ତର୍ଗତ ଅରଖପାଳ ପଞ୍ଚାୟତର ଶଶାପସି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦୁ୍ୟତ୍ ଆଘାତରେ ଗ୍ରାମର ସନ୍ତୋଷ ନାୟକଙ୍କ ଏକମାତ୍ର ପୁତ୍ର ଅନିରୁଦ୍ଧ(୨୫)ଙ୍କ ମୃତୁ୍ୟ ହୋଇଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଅନିରୁଦ୍ଧ ପାଣି ମଟର ଲଗାଇବାକୁ ବାଡ଼ିପଟକୁ ଯାଇଥିଲେ । ସେଠାରେ ସେ ଗାଧୋଇ ସାରି ଓଦା ଗାମୁଛାକୁ ନିକଟରେ ଥିବା ଜିଆଇ ତାରରେ ଶୁଖାଇବା ମାତ୍ରେ ବିଦୁ୍ୟତ୍ ଆଘାତ ପାଇଥିଲେ । ଘଟଣା ସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ । ଅନିରୁଦ୍ଧ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଯାଇ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଜିରାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନିରୁଦ୍ଧ ଭୁବନେଶ୍ୱର ସ୍ଥିତ ସଚିବାଳୟରେ ଚାକିରି କରିଥିଲେ ବୋଲି ଜଣାଯାଇଛି । ସେ ଜଣେ ମିÂଭାଷୀ,ସ୍ନେହୀ ଓ ଶାନ୍ତସ୍ୱଭାବର ପିଲା ଥିଲେ । ତାଙ୍କ ବିୟୋଗରେ ଗ୍ରାମରେ ଶୋକ ପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.