ବିଦୁ୍ୟତ୍ ଖୁଣ୍ଟରୁ ପଡ଼ି ଆଖି ବୁଜିଲେ

Get real time updates directly on you device, subscribe now.

ଖଲ୍ଲିକୋଟ,(ବି.ବି.ନୁ୍ୟଜ୍): ବିଦୁ୍ୟତ୍ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ତଳେ ପଡ଼ି ପ୍ରାଣ ହରାଇଛନ୍ତି ଲାଇନ୍ ମ୍ୟାନ୍ ସତ୍ୟ ନାରାୟଣ ସାହୁ । ସତ୍ୟ ନାରାୟଣ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସାଉଥ୍କୋ ବିଦୁ୍ୟତ୍ ଉପଖଣ୍ଡରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ।ବେଳେ ଶନିବାର ଏହି ଅଘଟଣ ଘଟିଛି । ଖଲ୍ଲିକୋଟ ଥାନା ଅନ୍ତଗର୍ତ ଶ୍ୟାମାସୁନ୍ଦରପୁର ଗ୍ରାମର ସତ୍ୟ ନାରାୟଣ ଗତ ଶନିବାର ଅପରାହ୍ନରେ ଏକ ବିଦୁ୍ୟତ୍ ଖୁଣ୍ଟ ଉପରେ ଚଢ଼ି ମରାମତି କରିବା ସମୟରେ ତଳେ କଚାଡ଼ି ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଅଧ ରାସ୍ତାରେ ତାଙ୍କର ମୃତୁ୍ୟ ଘଟିଥିଲା । ବ୍ରହ୍ମପୁରରେ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ମୃତଦେହ ଖଲ୍ଲିକୋଟ ବିଦୁ୍ୟତ୍ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ଲୋକେ କ୍ଷତିପୂରଣ ଦାବି କରି ଆସ୍କା -ଭୁବନେଶ୍ୱର ରାଜ୍ୟ ରାଜପଥରେ ଧାରଣାରେ ବସିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ପହଞ୍ଚô ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିଥିଲେ । ପରେ ପରିବାରର ସମସ୍ତେ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons