ବିଦୁ୍ୟତ୍ ତାର ଛିଣ୍ଡି ଚାଷୀ ଗୁରୁତର

Get real time updates directly on you device, subscribe now.

ଟିକିରି:ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବଡମାଟିକଣା ଗାଁରେ ବିଦୁ୍ୟତ ତାର ଛିଣ୍ଡି ପଡିବାରୁ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡିଯାଇଛି । ଚାଷୀ ହେଲେ ଫୁଲଜବା ଗାଁର ରାମ ମାଝି(୫୫) । ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଗାଁଲୋକେ ବିଦୁ୍ୟତ ବିଭାଗକୁ ଦାୟୀ କରିବା ଦହ କ୍ଷତିପୂରଣ ଦାବି କରିଛନ୍ତି ।
ବୁଧବାର ସକାଳ ପ୍ରାୟ ୧୦ ଟାରେ ଘଟଣା ଘଟିଛି । ରାମ ନିଜ ବିଲରେ କାମ କରୁଥିବାବେଳେ ଉପରେ ଯାଇଥିବା ବିଦୁ୍ୟତ ତାର ହଠାତ୍ ଛିଣ୍ଡି ତାଙ୍କ ଉପରେ ପଡିଥିଲା । ଆଘାତ ପାଇ ରାମ କିଛି ଦୂରକୁ ଛିଟିକି ପଡିଥିଲେ । ଏଥିରେ ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡି ଯାଇଥିଲା । ପରିବାର ଓ ଗାଁ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡା ପଠାଇ ଦେଇଥିଲେ । ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ବିଦୁ୍ୟତ ବିଭାଗ ବିରୋଧରେ କାର୍ଯ୍ୟାନୁÂାନ ଦାବି କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons